Entertainment

ଆମିରଙ୍କ ‘ମହାଭାରତ’ରେ କିଏ ହେବେ ଦ୍ରୋପଦି ଜାଣନ୍ତୁ ?

ଦୀପିକା ହେବେ ଦ୍ରୌପଦୀ

ମୁକେଶ ଅମ୍ବାନୀଙ୍କ ପ୍ରଯୋଜନାରେ ବଲିଉଡର ସବୁଠୁ ବ୍ୟବୟବହୁଳ ଚଳଚ୍ଚିତ୍ର ‘ମହାଭାରତ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣାଯାଉଛି । ଏହା ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ।  ଏହି ଚଳଚ୍ଚିତ୍ରର ମୁଖ୍ୟ ସୂତ୍ରଧାର ଦାୟିତ୍ବରେ ଅଛନ୍ତି ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ମୀର ଖାନ୍ ।କୁହାଯାଉଛି ଆମିର ଏହି ସିନେମା ନିର୍ମାଣ ପାଇଁ ହଜାରେ କୋଟି ଖର୍ଚ୍ଚ କରିପାରନ୍ତି ।

ମିଳିଥିବା ଖବର ଅନୁସାରେ ଅମୀର ଏଥିରେ କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି । ଚର୍ଚ୍ଚା ହେଉଛି ପର୍‌ଫେକ୍ସନିଷ୍ଟ ଆମିର ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ପାଇଁ ନାମୀଦାମୀ ଅଭିନେତା ଅଭିନେତ୍ରୀଙ୍କୁ ନେବାକୁ ଚାହୁଁଛନ୍ତି । ଦ୍ରୌପଦୀ ଚରିତ୍ରରେ ଦୀପିକା ପାଦୁକୋନ ଅଭିନୟ କରନ୍ତୁ ବୋଲି ସେ ଚାହୁଁଛନ୍ତି । ପୂର୍ବରୁ ଐତିହାସିକ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବିବାଦରେ ଛନ୍ଦି ହୋଇପଡ଼ିଥିବା ଦୀପିକା ଏହି ଚରିତ୍ର ନିମନ୍ତେ ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ମତି ଜଣାଇନାହାନ୍ତି ।

ଯଦି ଦୀପିକା ଏହି ସିନେମା ପାଇଁ  ରାଜି ହୁଅନ୍ତି, ତା’ହେଲେ ଆମିର ଓ ଦୀପିକାଙ୍କୁ ପ୍ରଥମ ଥର  ପାଇଁ ଦର୍ଶକ ଏକାଠି ଦେଖିବେ ।  ମହାଭାରତର ଚରିତ୍ର ନିମନ୍ତେ ଦୀପିକା ଚୁକ୍ତି କଲେ ତାଙ୍କ ବିବାହ ୨ ବର୍ଷ ପର୍ୟ୍ୟନ୍ତ ଘୁଞ୍ଚିବାର ଆଶଙ୍କା ରହିଛି । ଏହି ଫିଲ୍ମ ପାଇଁ ପ୍ଲାନିଂ କେତେ ଦୂର ଗଲାଣି ସେ ବିଷୟରେ ଆମିର କିଛି ସ୍ପଷ୍ଟ କରିନାହାନ୍ତି । ହଜାରେ କୋଟିର ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ରହିଛି ।

ପଢନ୍ତୁ ;

ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ : ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡ

Related posts

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

Popular Dance Reality Show Dance India Dance (DID) Season 6 Audition Held In Odisha Capital

ENO Beuro

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More