• Home
  • Entertainment
  • ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଭୂମିକାରେ ନଜର ଆସିବେ ଦୀପିକା
Entertainment

ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଭୂମିକାରେ ନଜର ଆସିବେ ଦୀପିକା

ସପ୍ନା ଦିଦି ଦୀପିକା

ରୁପେଲି ପରଦାରେ ଚିତ୍ତୋର ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଜୀବନ୍ତ ରୂପ ଦେବା ପରେ ମାଫିଆ କୁଇନ୍‌ ଭୂମିକାରେ ପରଦାକୁ ଆସୁଛନ୍ତି ଦୀପିକା ପାଦୁକୋନ। ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ହିନ୍ଦୀ ଫିଲ୍ମ। ଏଥିରେ ଦୀପିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମକୁ ବିଶାଳ ଭରଦ୍ୱାଜ ନିର୍ଦ୍ଦେଶନା ଦେବାକୁ ଯାଉଥିବାବେଳେ ପ୍ରେରଣା ଅରୋରା ଏହାର ପ୍ରଯୋଜନା ଦେବାକୁ ଯାଉଛନ୍ତି। ଲେଖକ ଏସ୍‌. ହୁସେନ ଜୈଦୀଙ୍କ ପୁସ୍ତକ ‘ମାଫିଆ କୁଇନ୍‌ସ ଅଫ୍‌ ମୁମ୍ବାଇ’ ଉପରେ ଫିଲ୍ମଟି ନିର୍ମାଣ ହେବ।

ତେବେ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି ଏହି ଫିଲ୍ମର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ। ଜଣେ ଲେଡି ଡନ୍‌ଙ୍କ କାହାଣୀ ଶୁଣିବା ପରେ ତୁରନ୍ତ ଏଥିରେ କାମ କରିବା ଲାଗି ସେ ରାଜି ହୋଇ ଯାଇଥିଲେ। ମାଫିଆ କୁଇନ୍‌ ଭଳି ଏକ ଦୃଢ଼ ଚରିତ୍ରରେ ଭୂମିକାରେ ଅଭିନୟ କରିବା ଲାଗି ଉତ୍କଣ୍ଠା ବଢ଼ିଚାଲିଥିବା ଦୀପିକା କହିଛନ୍ତି।

ଫିଲ୍ମର କାହାଣୀ ଅଶ୍‌ରଫ ଖାନଙ୍କ ଜୀବନ ଏବଂ ସମୟ ଉପରେ ଆଧାରିତ। ଅଶ୍‌ରଫ୍‌ ଖାନ୍‌ ସପ୍ନା ଦିଦି ଭାବେ ଜଣାଶୁଣା। ବିଶେଷକରି ଅପରାଧ ଦୁନିଆରେ ସପ୍ନା ଦିଦି ନାମକୁ ନେଇ ବେଶ୍‌ ଆତଙ୍କ ରହିଥିଲା। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଗୋଷ୍ଠୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅଶ୍‌ରଫ ବିବାହ କରିଥିଲେ। ପୋଲିସ ଏନ୍‌କାଉଣ୍ଟରରେ ସ୍ବାମୀ ପ୍ରାଣ ହରାଇବା ପରେ ଏହାର ପ୍ରତିଶୋଧ ନେବା ପାଇଁ ସେ ନିଜେ ଅପରାଧ ଦୁନିଆରେ ପାଦ ଦେଇଥିଲେ। ଦାଉଦ୍‌ଙ୍କ ଶତ୍ରୁ ହୁସୈନ୍‌ ଉସ୍ତରା ଗୋଷ୍ଠୀରେ ସାମିଲ ହୋଇଥିଲେ ସେ।

ପୋଲିସ ଇନ୍‌ଫର୍ମର ଭାବେ ମଧ୍ୟ ସେଠାରେ ସେ କାମ କରିଥିଲେ। ଦୁବାଇର ଶାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଦାଉଦ୍‌ଙ୍କୁ ମାରିବା ଲାଗି ସେ ଯୋଜନା କରିଥିଲେ। କିନ୍ତୁ ଦାଉଦ ଏହାକୁ ଜାଣିବା ପରେ ସପ୍ନା ଦିଦିଙ୍କୁ ବର୍ବରତାର ସହ ହତ୍ୟାକରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।
ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଭୂମିକାରେ ନଜର ଆସିବେ ଦୀପିକା deepeka padukon
ପଢନ୍ତୁ ;

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଓଡିଆ ସିନେଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ଅସୁସ୍ଥ!

Krishna Kumar Manoj

‘ଯୋଗୀ’ରେ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ

Krishna Kumar Manoj

ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More