Loading...

ରିଲିଜ୍ ପୂର୍ବରୁ ୧୭୦କୋଟି ଆୟ କଲା ପ୍ରଭାସ-ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’

ରିଲିଜ୍ ପୂର୍ବରୁ ୧୭୦କୋଟି ଆୟ କଲା ପ୍ରଭାସ-ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’

ଗତ କିଛି ଦିନ ଧରି ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ। ଅଭିନେତ୍ରୀ କ୍ରିତି ସାନନଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ପରେ ଖଣ୍ଡନ କରିଥିଲେ କ୍ରିତି। ଏବେ ପୁଣି ଥରେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଭାସ।

ଗତ କିଛି ଦିନ ଧରି ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ। ଅଭିନେତ୍ରୀ କ୍ରିତି ସାନନଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ପରେ ଖଣ୍ଡନ କରିଥିଲେ କ୍ରିତି। ଏବେ ପୁଣି ଥରେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଭାସ। ୨୦୨୪ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପ୍ରୋଜେକ୍ଟ କେ’ ରିଲିଜ୍ ପୂର୍ବରୁ କରିଥିବା ଆୟକୁ ନେଇ ଏବେ ଖୁବ ଚର୍ଚ୍ଚା ।ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନିଜାମ ରାଇଟ୍ସ(ତେଲେଙ୍ଗାନା) ୭୦କୋଟିରେ ବିକ୍ରି ହୋଇଛି, ଯାହାକୁ କିଣିଛନ୍ତି ପ୍ରଜୋଜକ ସୁନୀଲ ନାରଙ୍ଗ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏସିଆନ ସୁନୀଲ ନାମରେ ଜଣାଶୁଣା। ଏହା ସହ ଫିଲ୍ମର ଆନ୍ଧ୍ରପ୍ରଦେଶର ରାଇଟ୍ସ ପ୍ରାୟ ୧୦୦କୋଟିରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ସାଉଥରେ ହିଁ ଏହି ଫିଲ୍ମ ମୋଟ ୧୭୦କୋଟି ରୋଜଗାର କରିଛି। ରିଲିଜ ପୂର୍ବରୁ ଫିଲ୍ମର ଭଲ ଲୋକପ୍ରିୟତା ଥିବାରୁ ଆଗକୁ ଏହାର ରାଇଟ୍ସରେ ହିଁ ଫିଲ୍ମଟି ମୋଟ ବଜେଟର ୫୦ପ୍ରତିଶତ ଆୟ କରିବ ବୋଲି ଚର୍ଚ୍ଚା ହେଉଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.