EnewsOdia.Com

ବନ୍ଦ ହୋଇଯିବ ଦୀପିକାଙ୍କ ଟେଲି-ସୋ ‘କବଚ… ମହାଶିବରାତ୍ରୀ’

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି। ଗତ ମେ’ ମାସରୁ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ‘ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି।

ଏହି ଧାରାବାହିକକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ଏକ୍‌ତା ‘କବଚ-୨’ ଆଣିବାକୁ ସ୍ଥିର କରିଥିଲେ। ପ୍ରଥମ ସିଜିନ୍‌ ପରି ଏହାକୁ ବି ଲୋକେ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି। ସୂଚନା ଅନୁଯାୟୀ, ଶୋ’ଟି ଟିଆର୍‌ପି ତାଲିକାର ବହୁତ ତଳେ ରହୁଛି। ଟିଆରପି ବଢ଼ାଇବା ପାଇଁ ଏକ୍‌ତା ଶୋ’ରେ ଅନେକ କିଛି ପ୍ରୟାସ କରିଥିଲେ। ହେଲେ ସେସବୁ କାମ ଦେଲାନି। ଟିଆର୍‌ପି ରେସ୍‌ରେ ଏହା ଆଦୌ ଆଗେଇ ପାରିଲା ନାହିଁ।

ପଢନ୍ତୁ: ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍

ସମ୍ବନ୍ଧିତ ଖବର

ବାବୁସାନ ପ୍ରେମରେ ଅଶୋକ ପତି

Ratnamani Maharana

ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ

Ratnamani Maharana

ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

Ratnamani Maharana