News

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଠାବ ହେଲେ ଚିତ୍ରା ହରିଣ

ମେ ୩ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା ‘ଫନି ’ ପ୍ରଳୟ ରଚିବା ପରେ ବାଲୁଖଣ୍ଡ ଅଭୟାରଣ୍ୟରୁ ୪ ହଜାରରୁ ଅଧିକ ହରିଣଙ୍କର ପତ୍ତା ମିଳିନଥିଲା। ବନ ବିଭାଗର ୮ଟି ଟିମ୍‌ ଜଙ୍ଗଲ ସାରା ତନ୍ନତନ୍ନ କରି ଖୋଜିଥିଲା, ହେଲେ ଦେଖା ମିଳିନଥିଲା ହରିଣଙ୍କର। ଏତେ ହରିଣ କୁଆଡ଼େ ଗଲେ ସେ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ି ଯାଇଥିଲେ। ଏମିତିକି ହରିଣଙ୍କୁ ଖୋଜିବା ପାଇଁ ୧୬ ତାରିଖରୁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯିବ ବୋଲି ପିସିସିଏଫ୍‌  କହିଥିଲେ। ବର୍ତ୍ତମାନ ହରିଣଙ୍କୁ ଠାବ କରାଯିବାପରେ ବନ ବିଭାଗ ଏବଂ ବନ୍ୟପ୍ରେମୀଙ୍କ ମଧ୍ୟରେ ଆଶ୍ବସ୍ତି ଆଣିଦେଇଛି ।

 

 

ବାତ୍ୟା ପରେ ପ୍ରଥମ ଥର ସେମାନଙ୍କ ସନ୍ଧାନ ମିଳିଛି। କ୍ୟାମେରାରେ କଏଦ ହୋଇଛି ଚିତ୍ରା ହରିଣଙ୍କ ଫଟୋ। ଏହାସହ ବାତ୍ୟା ପରେ ହରିଣଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି। କାରଣ ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟ ଓ ଏଠାକାର ଚିତ୍ରା ହରିଣ ପର୍ଯ୍ୟଟକଙ୍କୁ ବିମୋହିତ କରେ। ତେବେ ଡ୍ରୋନ୍‌ ଖୋଜିବା ପୂର୍ବରୁ କ୍ୟାମେରାରେ ଟ୍ରାପ୍‌ ହୋଇଛନ୍ତି ହରିଣ ପଲ। ଉତ୍ସାହିତ ବନ ବିଭାଗ କର୍ମଚାରୀ ସମସ୍ତ ହରିଣଙ୍କୁ ଠାବ କରିବା ଲାଗି ଜେରଦାର କସରତ ଆରମ୍ଭ କରିଛନ୍ତି।

ପଢନ୍ତୁ: ବାତ୍ୟା ଫନି କ୍ଷୟକ୍ଷତିର ଅନୁଧ୍ୟାନପରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା

Related posts

କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ୫ଜଣ ଓଡ଼ିଆ ଯୁବକ

Ratnamani Moharana

ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ENO Beuro

ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Ratnamani Moharana

Leave a Comment