29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଡିଗ୍ରି ଇଂଜିନିୟର ବଡ଼ଦାଣ୍ଡର ଭିକାରି

ଆଜିକାଲି ଶିକ୍ଷିତ ଯୁବକଯୁବତୀମାନେ ଚାକିରି ନ ପାଇ କିଏ ଅଟୋ ଚଲାଇ ପରିବାର ଭରଣପୋଷଣ କରୁଛନ୍ତି ତ ଆଉ କିଏ ଚା’ ଦୋକାନ କରି। ଏମିତିରେ ବି ଭାଗ୍ୟର ବିଡ଼ମ୍ବନା କେତେବେଳେ ଯେ କାହାକୁ କେଉଁ ସ୍ଥିତିକୁ ନେଇ ଆସିବ ତାହା କେହି କହିପାରିବେ ନାହିଁ। ଏମିତି ଏକ ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି। ସମସ୍ତେ ତାଙ୍କୁ ଜଣେ ଭିକାରି ଭାବେ ଜାଣନ୍ତି। ହେଲେ ଏବେ ତାଙ୍କର ପ୍ରକୃତ ପରିଚୟ ଜଣାପଡ଼ିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତରେ ସେ ଜଣେ ବି.ଟେକ୍‌ ଇଞ୍ଜିନିୟର। ତାଙ୍କ ଘର ଭୁବନେଶ୍ୱର ନୀଳାଦ୍ରୀ ବିହାର ଅଞ୍ଚଳରେ। ତାଙ୍କ ନାଁ ଗିରିଜା ଶଙ୍କର ମିଶ୍ର। ଗିରିଜାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି।

ବଡ଼ଦାଣ୍ଡରେ ଜଣେ ରିକ୍ସ‌ା ଚାଳକଙ୍କ ସହିତ ଗଣ୍ଡଗୋଳ ହେବା ପରେ ସଂପୃକ୍ତ ଭିକାରି ରିକ୍ସ‌ା ଚାଳକଙ୍କୁ ମାରି ରକ୍ତାକ୍ତ କରିବା ସହିତ ନିଜେ ଆହତ‌ ହୋଇଥିଲେ।  ଭିକାରୀ ଜଣକ ଏ ନେଇ ପୁରୀ ଟାଉନ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ତାଙ୍କ ଏତଲାରୁ ନୂଆ କଥା ସାମ୍ନାକୁ ଆସିଥିଲା । ଇଂରାଜୀରେ ସେ ଯେଉଁ ଏତଲାଟି ଲେଖିଥିଲେ ତାହା ଥିଲା ସଂପୂର୍ଣ୍ଣ ନିର୍ଭୁଲ ଓ ଉଚ୍ଚକୋଟୀର । ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ନିର୍ଭୁଲ ଭାବେ ଏଭଳି ଏତଲା ଲେଖିବା ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ପୁଲିସ ବାବୁଙ୍କ ଆଗ୍ରହ ବଢିଥିଲା ।

 

ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ସଂପୃକ୍ତ ଭିକ୍ଷୁକ ନିଜର ପରିଚୟ ଦେବ‌ା ପରେ ପୁଲିସ କର୍ମଚାରୀ ପରସ୍ପର ମୁହଁକୁ ଅନାଇଥିଲେ । ଭିକ୍ଷା ବୃତ୍ତି କରୁଥିବା ଇଂଜିନିୟରିଂ ଡିଗ୍ରିଧାରୀ ଏହି ବ୍ୟକ୍ତି ଜଣକ ହେଲେ ଗିରିଜା ଶଙ୍କର ମିଶ୍ର । ତାଙ୍କ ବାପା ଜଣେ ପୁଲିସ ଡିଏସ୍‌ପି । ଘର ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ । ସେ ଜଣେ ମେଧାବୀ ଛାତ୍ର ଓ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରୁ ବିଏସ୍‌ସି ପାସ୍‌ କରିଥିଲେ । ପରେ ପୁଣି ଇଂଜନିୟରିଂ ଆଡ଼କୁ ମନ ବଳାଇ ଡିଗ୍ରି ଇଂଜିନୟରିଂ ମଧ୍ୟ କରିଥିଲେ। ପରେ ଏକ ପ୍ଲାଷ୍ଟିକ ଇଂଜିନିୟରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା ମଧ୍ୟ କରିଥିଲେ। ତେବେ ସେ ଚାକିରି ଛାଡ଼ି କାହିଁକି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ସେ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି କହିବ‌ା ସହ ବେଳେବେଳେ ଅଜାଗା ଘା’ ଦେଖାଇ ହୁଏ ନାହିଁ ବୋଲି କହି କଥାକୁ ଟାଳି ଦେଇଥିଲେ।

ପଢନ୍ତୁ: ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ ନିର୍ଭୟା ଦୋଷୀଙ୍କୁ କ୍ଷମା କରିବାକୁ କହିଲେ ଇନ୍ଦିରା ଜୟସିଂହ

Related posts

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

Ratnamani Maharana

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More