Entertainment

” ଦେଖି ପାରିବିନି ତୋ ବଧୂ ବେଶ ” ଦୁଃଖ ଭରା ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୩ ଲକ୍ଷ୍ୟ ଟପି ଏବେ ଚର୍ଚ୍ଚାରେ

” ଦେଖି ପାରିବିନି ତୋ ବଧୂ ବେଶ ” ଟି ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ୍ୟ କ୍ରସ୍ କଲା

ସବୁବେଳେ ମନୋରଞ୍ଜନ  ଏବଂ ଗୀତର ପରିବେଷଣ କରୁଥିବା “ENEWSODIA” ଏବେ ଏକ ଦୁଃଖ ଭରା ଗୀତ ” ଦେଖି ପାରିବିନି ତୋ ବଧୂ ବେଶ ” ରିଲିଜ୍ କରିଛି କିନ୍ତୁ ଏହି ଗୀତଟି ଦର୍ଶକଙ୍କୁ ଏତେ ଆକୃଷ୍ଠ କରିଛି ଯାହାକି ଗୀତଟି ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ୍ୟ କ୍ରସ୍ କରିସାରିଛି ।

ପ୍ରେମରେ ଧୋକା ଖାଇଥିବା ପ୍ରେମିକ ମାନଙ୍କ ପାଇଁ ଯେତେବେଳେ ଗୋଟେ ପ୍ରେମିକା କଥା ଦେଇ ସେଇ କଥାର ମୂଲ୍ୟ କିଛି ରଖେ ନାହିଁ  ଏବଂ ସେହି ପ୍ରେମିକ କୁ ଅଣଦେଖା କରିଚାଲିଯାଇଥାଏ , ସେତେବେଳେ ସେହି ପ୍ରେମିକ ଟି ସାଧାରଣତଃ ବହୁତ କଷ୍ଟ ପାଇଥାଏ ଏବଂ ପରବର୍ତ୍ତୀ ସମୟରେ ତାକୁ ଜୀବନ ହାରିବା ଛଡା ଆଉ କିଛି ଦେଖା ଯାଇନଥାଏ । କିନ୍ତୁ ଆମର ସେହି ଭଳି ହୃଦୟଙ୍ଗମ ପ୍ରେମିକ ମାନଙ୍କୁ ଅନୁରୋଧ ସେ ଏଭଳି ଭୁଲ୍ ବାଟକୁ ଯାଅନ୍ତୁ ନାହିଁ ଯଦି ବି ଧୋକାରେ ପଡ଼ୁଛନ୍ତି ।

ENEWSODIA ର ” ଦେଖି ପାରିବିନି ତୋ ବଧୂ ବେଶ ” ଆଲବମ୍ ର ଷ୍ଟୁଡିଓରେ ହୋଇଥିବା ରେକର୍ଡିଂ ଟିର ମେକିଙ୍ଗ୍ ଭିଜୁଆଲ୍ #ENEWSODIA ୟୁଟ୍ୟୁବ୍ ଚ୍ୟାନେଲ୍ ୩ ଲକ୍ଷ୍ୟ ଟପି ସାରିଛି।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗର ଏବଂ ଲିରିକ୍ସ ଦେଇଛନ୍ତି ସୁନିଲ୍ ମହାରଣା । ଏହି ସଙ୍ଗୀତଟିର ନିର୍ଦେଶନା ଭାର ତୁଲାଇଛନ୍ତି ମାନସ କୁମାର ।

ଗୀତଟି ରିଲିଜ ହେବା ପରଠୁ ସୋସିଆଲ ମିଡ଼ିଆରେ ଉଚ୍ଚପ୍ରଂଶସିତ ହୋଇଛି। ଦର୍ଶକମାନେ ଗୀତଟିର ଷ୍ଟୁଡିଓ ଭର୍ସନ #ENEWSODIA ଅଫିସିଆଲ ୟୁଟ୍ୟୁବ ପେଜରେ ଦେଖିବାକୁ ପାଇଥିଲେ। ଏହିଗୀତଟି କୁ ଦର୍ଶକମାନେ ବହୁତ ଭଲପାଇବା ଦେଇଛନ୍ତି।

ଏଠାରେ କହିରଖୁଚୁ, ଆଗକୁ ଆପଣମାନଙ୍କ ପାଇଁ ଏମିତି ଭଲ ଭଲ ଗୀତ ଆଣିବୁ। ଆମ “ENEWSODIA” ଚ୍ୟାନେଲକୁ subscribe କରନ୍ତୁ। ଏବଂ ଏମିତି ମଜା ନିଅନ୍ତୁ ।

ପଢନ୍ତୁ : “ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

Related posts

‘ତୁ ମୋ ନୀଳ ନୟନା’ର ଶୁଭ ମହୁରତ

ENO Beuro

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

ENO Beuro

ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More