• Home
  • Entertainment
  • ମାନବ ଚାଲାଣ ମାମଲା: ଗାୟକ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ
Entertainment

ମାନବ ଚାଲାଣ ମାମଲା: ଗାୟକ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ

ଦଲେର ମେହେନ୍ଦିଙ୍କୁ ୨ ବର୍ଷ ଜେଲ୍‌

ମାନବ ଚାଲାଣ ମାମଲାରେ ପପ୍‌ ଗାୟକ ଦାଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ପଞ୍ଜାବର ପାତିଆଲା କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଏପରି ଦଣ୍ଡାଦେଶ କରିଛନ୍ତି। ୨୦୦୩ ସେପ୍ଟେମ୍ବର ୧୯ ତାରିଖ ଦାଲେରଙ୍କ ବଡ଼ଭାଇ ଶମଶେର ମେହନ୍ଦିଙ୍କ ନାମରେ ବେଆଇନ ଭାବେ ବିଦେଶକୁ ମାନବ ଚାଲାଣ ନେଇ ଅଭିଯୋଗ ଦାଖଲ କରାଯାଇଥିଲା।

ସୂଚନା ଅନୁଯାୟୀ ଦଲେର ଏବଂ ତାଙ୍କର ଭାଇଙ୍କୁ ଅବୈଧ ରୂପେ ଲୋକଙ୍କୁ ବିଦେଶ ପଠାଇବା ମାମଲାରେ ଦୋଷୀ ବିବେଚନା କରିଛନ୍ତି କୋର୍ଟ। ଏହି ଦୁଇ ଭାଇ ଲୋକଙ୍କୁ ନିଜର କ୍ରୁ ସଦସ୍ୟ ଦର୍ଶାଇ ବିଦେଶ ନେଇ ଯାଉଥିଲେ। ଏଥିପାଇଁ ସେ ଲୋକଙ୍କଠୁ ଟଙ୍କା ମଧ୍ୟ ନେଉଥିଲେ। ରିପୋର୍ଟ୍ସ ମୁତାବକ ୧୯୯୮ ଓ ୧୯୯୯ ସମୟରେ ଏହି ଦୁଇ ଭାଇ ୧୦ ଜଣ ଲୋକଙ୍କୁ ଅବୈଧ ରୂପେ ଆମେରିକା ପହଞ୍ଚାଇଥିଲେ।ଦଲେର ମେହେନ୍ଦି ଏବଂ ଅନ୍ୟ ଲୋକଙ୍କ ବିରୋଧରେ ୨୦୦୩ରେ ମାନବ ଚାଲାଣ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ମୋଟ୍ ୩୧ ମାମଲା ରହିଛି।

ଏହି ମାମଲା ଦୀର୍ଘ ୧୫ ବର୍ଷ କାଳ ବିଚାରାଧୀନ ରହିବା ପରେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ରାୟ ପ୍ରକାଶ ପରେ ଦଲେରଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ କିଛି ସମୟ ମଧ୍ୟରେ ତାଙ୍କୁ ଜାମିନ ମଞ୍ଜୁର ହେବାରୁ ତାଙ୍କୁ ଛାଡ଼ି ଦିଆଯାଇଛି।

ମାନବ ଚାଲାଣ ମାମଲା: ଗାୟକ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ daler mehndi

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

Related posts

ଗୁରୁ ହେବେ ବିଗ ବି ? କଙ୍ଗନାଙ୍କ ପାଇଁ ନୂଆ ସୁଯୋଗ

Krishna Kumar Manoj

‘୧୦୨ ନଟ୍‌ ଆଉଟ୍‌’ର ନୂଆ ପୋଷ୍ଟର ରିଲିଜ

Krishna Kumar Manoj

ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More