ଛିଡୁନି ମନ୍ଦିର କଳି। ଗତ କିଛିଦିନ ହେବ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ବୁଝାମଣା ରହୁନଥିରୁ ପ୍ରଭୁଙ୍କୁ ଉପାସରେ ରହିବାକୁ ପଡୁଛି। ଆଜି ମଧ୍ୟ ଦିନତମମ ପ୍ରଭୁ ଉପାସ ରହିବେ। ଏନେଇ ସୂଚନା ଦେଇଛନ୍ତି ସେବାୟତ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣା ଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି, ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି, ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଅନେକ କହିଛନ୍ତି।
ସୂଚନାନୁସାରେ, ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ଅଛନ୍ତି।