EnewsOdia.Com

ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

ସରିଗଲା ଦୀପାବଳି। ଆଲୋକର ପର୍ବ। ହେଲେ ଦେଇଯାଇଛି ପ୍ରଦୂଷଣ। ଏତେମାତ୍ରାରେ ପ୍ରଦୂଷଣ ଦେଇଛି ଯେ ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀ । ସବୁଜ ଦୀପାବଳି ପାଳନ କରିବାର ଆହ୍ୱାନ ପରେ ବି ବଦଳିନି ଦିଲ୍ଲୀବାସୀଙ୍କ ମାନସିକତା | ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି | ଗତ ରାତିରେ ଫୁଟାଯାଇଥିବା ବାଣ କାରଣରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବଢିଯାଇଛି | ଦିଲ୍ଲୀ ଏନ୍ସିଆର୍‌ରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୩୦୬ରୁ ୩୫୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପ୍ରଦୂଷଣ ନେଇ ଏୟାର କ୍ୱାଲିଟି ଆଣ୍ଡ ୱେଦର୍ ଫୋରକାଷ୍ଟିଂ ରିସର୍ଚ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି।

କିଛି ଦିନ ହେବ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ରହୁଛି । ଦୀପାବଳିରେ ଅଧିକ ମାତ୍ରାରେ ବାଣଫୁଟା ଯୋଗୁଁ ଏହି ସ୍ତର ଆହୁରି ଖରାପ ହୋଇଛି । ସେଥିପାଇଁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ସରକାର । ଏହାସହ ଆଗକୁ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବାରୁ ଦିଲ୍ଲୀବାସୀ ବର୍ତ୍ତମାନ ପାଇଁ ସକାଳ ଭମ୍ରଣ ନକରିବାକୁ ସଂସ୍ଥା ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ପଢନ୍ତୁ: ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

ସମ୍ବନ୍ଧିତ ଖବର

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

Ratnamani Maharana

ବିଦ୍ୟୁତ ବକେୟା ଖିଲାପକାରୀଙ୍କୁ ସେସୁର ଚେତାବନୀ

Ratnamani Maharana

ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

Ratnamani Maharana

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ratnamani Maharana

ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର

Ratnamani Maharana