EnewsOdia.Com

୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଓ ମାଗଣାରେ ପାଆନ୍ତୁ ପ୍ଲାଟଫର୍ମ ଟିକେଟ

ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ଟ୍ୱିଟର ମାଧ୍ୟମରେ ଏକ ବଡ଼ ସୂଚନା ଦେଇଛନ୍ତି । ଏଣିକି ମାଗଣା ମିଳିବ ପ୍ରାଟଫର୍ମ ଟିକେଟ୍ । ଯଦି ଆପଣଙ୍କ ପାଖରେ ପ୍ଲାଟଫର୍ମ ଟିକେଟ୍ କରିବାକୁ ଟଙ୍କା ନାହିଁ ତେବେ ଚିନ୍ତା କରନ୍ତୁନି କାରଣ କେନ୍ଦ୍ର ସରକାର ମାଗଣାରେ ଏହାକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାତ୍ର ପ୍ରତିବଦଳରେ ଆପଣଙ୍କୁ ମଧ୍ୟ ସୁସ୍ଥ ରହିବାର ପ୍ରତିଶୃତି ସହ  ବ୍ୟାୟାମ କରିବାକୁ ପଡ଼ିବ । ସୁସ୍ଥ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।୩୦ ଥର ଦଣ୍ଡ ବୈଠକ କଲେ ଆପଣଙ୍କୁ ୧୦ ଟଙ୍କାର ଗୋଟିଏ ପ୍ଲାଟ୍‌ଫର୍ମ ଟିକେଟ୍‌ ମିଳିଯିବ।

ଯଦି ଆପଣ ଆନନ୍ଦ ବିହାର ପ୍ଲାଟ୍‌ଫର୍ମ ଭିତରକୁ ଯିବାର ଅଛି ତାହାଲେ ଆପଣ ଦଣ୍ଡ ବୈଠକ କରି ମାଗଣାରେ ଟିକେଟ୍‌ ପାଇପାରିବେ। ପ୍ଲାଟ୍‌ଫର୍ମରେ ଏକ ସ୍କ୍ଵାଟ୍‌ କିଓସ୍କୋ ଲଗାଯାଇଛି। ଏହି ମେସିନ୍‌ ସାମ୍ନାରେ ଗୋଲ୍‌ ବୁଲାଯାଇଥଇବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛିଡା ହୋଇ ଆପଣଙ୍କୁ ଦଣ୍ଡବୈଠକ କରିବାକୁ ପଡିବ। କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେବେ ନିଶ୍ଚିୟ। ୩ ମିନିଟ୍‌ ଭିତରେ ଆପଣଙ୍କୁ ୩୦ ଥର ଦଣ୍ଡ ବୈଠକ କରିବାକୁ ହେବ। ଯଦି ୩ ମିନିଟ୍‌ରୁ ଅଧିକ ସମୟ ନିଅନ୍ତି, ତାହାଲେ ଆପଣଙ୍କୁ ମାଗଣା ଟିକେଟ୍‌ ପାଇବାକୁ ପୁଣି ୩୦ ଥର ଏପରି କରିବାକୁ ହେବ। ମୋଦିଙ୍କ ଫିଟ୍‌ ଇଣ୍ଡିଆ ଅଭିଯାନର ଏହା ଏକ ଅଂଶବିଶେଷ ବୋଲି କୁହାଯାଉଛି।

ପଢନ୍ତୁ: ଆରମ୍ଭ ହେଲା ଇକୋ ଫ୍ରେଣ୍ଡଲି ଦାହ ସଂସ୍କାର

ସମ୍ବନ୍ଧିତ ଖବର

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana

ଆଜିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

Ratnamani Maharana

ନୱାଜ୍ ସରିଫଙ୍କୁ ‘ପଳାତକ’ ଘୋଷଣା କଲେ ଇମ୍ରାନ ସରକାର

Ratnamani Maharana

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Ratnamani Maharana

କମିଛି ଥଣ୍ଡା, ୨୨ ଯାଏଁ ଘନ କୁହୁଡି

Ratnamani Maharana