SPORTS

ଡ଼େଭିଲ୍ସ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ୩୪ ରନରେ ହାରିଲା ସୁପରକିଙ୍ଗସ

ଚେନ୍ନାଇକୁ ହରାଇଲା ଡେୟାରଡେଭିଲ୍ସ

ଆଇପିଏଲ୍‍-୧୧ରେ ଶୁକ୍ରବାର ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ ୩୪ ରନ୍‌ରେ ଦୁଇ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ହରାଇ ଦେଇଛି ।  ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚେନ୍ନଇକୁ ୩୪ ରନ୍‍ରେ ଦିଲ୍ଲୀ ହରାଇଛି । ଦିଲ୍ଲୀର ଫିରୋଜଶାହା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା । ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ଏହି ମ୍ୟାଚ୍‌ରେ ଯୁବଷ୍ଟାର ପୃଥ୍ୱୀ ଶାହାଙ୍କ ଚମକ ଦେଖିବାକୁ ମିଳି ନଥିଲା । ସେ ଆଉଟ୍‌ ହେବା ପରେ ଋଷଭ ପନ୍ତ ପଡ଼ିଆକୁ ଆସିଥିଲେ । ପନ୍ତ ୨୬ ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୩୮ ରନ୍‌ କରିଥିଲେ । ଆୟରଙ୍କ ସହ ମିଶି ସେ ୫୪ ରନ୍‌ର ପାର୍ଟନରସିପ୍‌ କରିଥିଲେ । ଦଳ ପକ୍ଷରୁ ବିଜୟ ଶଙ୍କର ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୬ ରନ୍‌ କରିଥିଲେ । ହର୍ଷଲ ପଟେଲ ମଧ୍ୟ ୩୬ ରନ୍‌ର ପାରି ଖେଳିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଥିବା ହର୍ଷଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା । ସେ ୪ ଓଭର ବୋଲିଂ କରି ୨୩ ରନ୍‌ ବିନିମୟରେ ଗୋଟିଏ ୱିକେଟ୍‌ ନେଇଥିଲେ ।

ଦିଲ୍ଲୀ ଡେୟାରଡେଭିଲ୍ସ ୨୦ ଓଭରରେ ୧୬୨/୫ (ପନ୍ତ- ୩୮, ଶଙ୍କର- ୩୬*, ପଟେଲ- ୩୬*, ଆୟାର- ୧୯, ପୃଥ୍ବୀ- ୧୭, ଏନ୍‌ଗିଡି-୨/୧୪, ଚହର- ୧/୨୩, ଜାଡେଜା- ୧/୧୯, ଠାକୁର- ୧/୨୭)।
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୨୦ ଓଭରରେ ୧୨୮/୬ (ରାୟୁଡୁ- ୫୦, ଜାଡେଜା-୨୭*, ଧୋନୀ- ୧୭, ରାଇନା- ୧୫, ଓ୍ବାଟସନ- ୧୪, ମିଶ୍ରା- ୨/୨୦, ଲାମିଚାନେ- ୧/୨୧, ପଟେଲ- ୧/୨୩, ବୋଲ୍ଟ- ୨/୨୦)।

ଡ଼େଭିଲ୍ସ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ୩୪ ରନରେ ହାରିଲା ସୁପରକିଙ୍ଗସ chennai super kings batsman dwayne bravo walks back

ପଢନ୍ତୁ ;

ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ

Related posts

ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି !

ENO Beuro

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

ENO Beuro

Odisha Weightlifters Sneha & Jhilli Selected For Championships In Australia

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More