News

ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

ଦିଲ୍ଲୀର ଧଉଳାକୁଆଁ ଠାରେ ଆଜି ଏକ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସରେ ନିଆଁ ଲାଗି ଯାଇଥିଲା ଯେଉଁଥିରେ ସ୍କୁଲ ଛାତ୍ରମାନେ ଥିଲେ । ସୌଭାଗ୍ୟବଶତଃ ସବୁ ପିଲାମାନେ ସୁରକ୍ଷିତ ଅବସ୍ଥାରେ ବାହାରକୁ ବାହାରି ଆସିଛନ୍ତି । ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ୩୦ ଜଣ ଛାତ୍ର ବସରେ ଉପସ୍ଥିତ ଥିଲେ । ଠିକ ସମୟରେ ସେମାନେ ବସ ବାହାରକୁ ବାହାରି ଆସିଥିଲେ ।

ଡ୍ରାଇଭରର  ବୁଦ୍ଧିମତା କାରଣରୁ ସବୁ ଛାତ୍ର ମାନଙ୍କୁ ରକ୍ଷା କରାଯାଇପାରିଲା । ସୂଚନା ପାଇ ଦମକଳ ବାହିନୀରୁ ୩ଟି ଗାଡି ଆସି ନିଆଁ ଲିଭାଇବାରେ ସକ୍ଷମ ହେଲେ । ଟ୍ରାଫିକ ଏରିଆ ହେତୁ ଟ୍ରାଫିକ ପୋଲିସ ମଧ୍ୟ ଘଟଣାକୁ ସମ୍ଭାଳି ନେଲେ ।

ଏପର୍ଯନ୍ତ କୌଣସି ସୂଚନା ମିଳିନାହିଁ ଯେ , ବସରେ ନିଆଁ କେଉଁ କାରଣରୁ ଲାଗିଲା । ରାସ୍ତାରେ ଯାଉଥିବା ପଥିକମାନେ ମଧ୍ୟ ଖୁବ ସାହାଯ୍ୟ କଲେ । ସୂଚନାରୁ ଜଣାପଡିଛି ଯେ ବସଟି କେନ୍ଦୀୟ ବିଦ୍ୟାଳୟର । ବସଟି ଅନେକ ସମୟ ଧରି ଜଳୁଥିଲା ।

ସମସ୍ତଙ୍କ ସହଯୋଗରୁ ପିଲାମାନଙ୍କୁ ଉଚ୍ଚିତ ସମୟରେ ରକ୍ଷା କରାଯାଇପାରିଲା ,କିନ୍ତୁ ନିଆଁ ଲାଗିବାର କାରଣ ବିଷୟରେ ପୋଲିସ ତଥ୍ୟ ଖୋଜୁଛନ୍ତି ।

ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

ପଢନ୍ତୁ, ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

Related posts

ପିଏନବି ମହାଠକେଇ ମାମଲା: ନୀରବ ମୋଦି ଓ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା

ENO Beuro

ବିଶ୍ୱ ରେକର୍ଡ କଲା ଆସାମ ଚା’, କେଜି ପିଛା ୩୯,୦୦୧ ଟଙ୍କା

ENO Beuro

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ENO Beuro

1 comment

Leave a Comment