EnewsOdia.Com

ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ

ଆଜି ଭାଇ ଦୁତିଆ। ଦିଲ୍ଲିରେ କେଜରିୱାଲ ସରକାର ଭାଇ ଦୁତିଆ ଅବସରରେ ମହିଳାମାନଙ୍କୁ ଦେଇଛନ୍ତି  ସ୍ୱତନ୍ତ୍ର ଉପହାର। ଆଜିଠୁ ଦିଲ୍ଲୀରେ ମହିଳାମାନେ ବସ୍‌ରେ ମାଗଣା ଯାତ୍ରା କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଫ୍ରି ରାଇଡ୍‌ ଯୋଜନା ଅନୁସାରେ ଆଜିଠୁ ମହିଳାମାନେ ଡିଟିସି(ଦିଲ୍ଲୀ ପରିବହନ ନିଗମ) ଏବଂ କ୍ଲଷ୍ଟର ବସ୍‌ରେ ମାଗଣା ଯାତ୍ରା କରିପାରିବେ। ପରିବହନ ମନ୍ତ୍ରୀ କୈଳାଶ ଗହଲୋତ୍‌ ଆଜି ସକାଳୁ ପିଙ୍କ୍‌ ଟିକଟରେ ଯାତ୍ରା କରୁଥିବା ମହିଳାଙ୍କ ଫଟୋ ଟ୍ୱିଟ୍‌ କରିଛନ୍ତି।

ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଦେବା ପାଇଁ ଘୋଷଣା କରିଥିଲେ। ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି କେଜରିୱାଲ ସୋମବାର ରାତିରେ ଘୋଷଣା କରିଥିଲେ। ଏହି ସୁବିଧା ପାଇଁ ମହିଳାଙ୍କୁ କାଉଣ୍ଟରରୁ ଗୋଲାପି ଟିକେଟ ନେବାକୁ ପଡ଼ିବ। ଏହି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏହି ଟିକେଟ ଦେଖାଇଲେ ବସ୍‌ରେ ମାଗଣା ଯାତ୍ରା କରିବାର ସୁଯୋଗ ମିଳିବ। ତେବେ ଏହି ମହିଳା ଦିଲ୍ଲୀର ବାସିନ୍ଦା ହୋଇଥିବା ଦରକାର। ଏଥିପାଇଁ ଦିଲ୍ଲୀ ସରକାର ଡିଟିସିକୁ ପ୍ରତ୍ୟେକ ପିଙ୍କ ଟିକଟ ପାଇଁ ୧୦ ଟଙ୍କା ଲେଖାଏ ଦେବେ ଯେମିତି ଡିଟିସିର ବ୍ୟାବସାୟିକ କ୍ଷତି ହେବନି।

ପଢନ୍ତୁ: ୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana

ଯେକୌଣସି ମୁହୁର୍ତ୍ତରେ ସୋନିଆ ଓ ରାହୁଲ ହରାଇବେ ଭାରତୀୟ ନାଗରିକତା

Ratnamani Maharana

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana

ଦୀର୍ଘ ୬ ମାସ ପରେ ମୁକୁଳିଲେ କଶ୍ମୀରରେ ଗୃହବନ୍ଦୀ ଥିବା ୪ ନେତା

Ratnamani Maharana

ସ୍ମୃତି ଇରାନୀଙ୍କ ନୂଆ ରୂପ

Ratnamani Maharana