EnewsOdia.Com

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

କରୋନା ଭୂତାଣୁ ସଂକ୍ରମଣର ଭୟ ଏବେ ସମସ୍ତଙ୍କୁ ଆତଙ୍କିତ କରିଛି। ଏଥିପାଇଁ ଅନେକ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଦିଲ୍ଲୀ ସରକାର ଗୁରୁବାର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ପିଲାମାନେ ଯେପରି ଭୂତାଣୁ ସଂକ୍ରମିତ ନ ହେବେ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ୍‌ କରିଛନ୍ତି। ସେହିପରି ଦିଲ୍ଲୀ ସରକାରଙ୍କ ଅଧୀନ ସମସ୍ତ ବିଭାଗ, ସ୍ବୟଂଶାସିତ ଅନୁଷ୍ଠାନ ଓ ମ୍ୟୁନିସିପାଲ କର୍ପୋରେସନରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ସଚିବ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସଂସ୍ପର୍ଶ ଜନିତ ଭୂତାଣୁ ସଂକ୍ରମଣକୁ ଏଡାଇବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ୍‌ ୩୦ ଜଣଙ୍କ ମଧ୍ୟରେ କୋଭିଡ୍‌-୧୯ ବିଷାଣୁ ଥିବା ଯାଞ୍ଚରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୧୬ ଜଣ ଇଟାଲୀ ପର୍ଯ୍ୟଟକ ଏବଂ ବାକି ୧୪ ଜଣ ଭାରତୀୟ ଥିବା ସୂଚନା ମିଳିଛି ।କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ରାଜ୍ୟସଭାରେ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସତର୍କତା ପୂର୍ବରୁ ଭାରତ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତବର୍ଷ ଡିସେମ୍ବରରେ ଚୀନରେ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ବରେ ୩୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

ପଢନ୍ତୁ: ମାସ୍କ ନାପିନ୍ଧିବାକୁ ଟୁଇଟ୍ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା

ସମ୍ବନ୍ଧିତ ଖବର

ଯେକୌଣସି ମୁହୁର୍ତ୍ତରେ ସୋନିଆ ଓ ରାହୁଲ ହରାଇବେ ଭାରତୀୟ ନାଗରିକତା

Ratnamani Maharana

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

Ratnamani Maharana

୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

Ratnamani Maharana

ପାକିସ୍ତାନ ପାର୍ଲାମେଂଟରେ ଖୋଲିବ ବିୟୁଟି ପାର୍ଲର

Ratnamani Maharana

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

Ratnamani Maharana