EnewsOdia.Com

୩୧ରେ ଜମ୍ମୁ-କଶ୍ମୀର ବିଭାଜନ, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟରେ ଦିଲ୍ଲୀ

ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ବେଶ୍‌ କିଛି ଆତଙ୍କବାଦୀ ସଂଗଠନ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଏବଂ ଆତଙ୍କବାଦୀ ହମ୍‌ଲା ଘଟାଇବାର ଅଛି।

ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ବିଭାଜନ ସହ ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ସିଂହ ଏହାର ଦାୟିତ୍ୱ ନେବେ। ଏହାପରଠାରୁ ଜମ୍ମୁ-କଶ୍ମୀର ଏକ ରାଜ୍ୟ ବଦଳରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚିତ ହେବ। ଏହା ଆଗରୁ ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ଆଖି ଆଗରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହୋଇଛି।

ପଢନ୍ତୁ: ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

ସମ୍ବନ୍ଧିତ ଖବର

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

Ratnamani Maharana

ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

Ratnamani Maharana

ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ବାଗଦାଦି ନିପାତ ଅପରେସନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana