News

ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

ଆଜି ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ ରହିବ। ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଦିଲ୍ଲୀ ସରକାର ଭାଟ୍‍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍‍ ବିକ୍ରେତା ସଂଘର ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଏହା ପଛରେ ବିଜେପିର ଚାଲ୍‍ ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‍ କହିଛନ୍ତି।

delhi ପମ୍ପ ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ delhi

ବିଜେପି ଶାସନ ଭାରରେ ଥିବା ରାଜ୍ୟଗୁଡ଼ିକ ଭାଟ୍‍ ହ୍ରାସ କରିଥିଲେ ମଧ୍ୟ ଦିଲ୍ଲୀ ସରକାର ଭାଟ ହ୍ରାସ କରିନାହାନ୍ତି। ଭାଟ ହ୍ରାସ ଯୋଗୁଁ ପଡ଼ୋଶୀ ଉତ୍ତରପ୍ରଦେଶ ଓ ହରିଆଣାରେ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ ଲୋକମାନେ ସେହି ସବୁ ରାଜ୍ୟରୁ ପେଟ୍ରୋଲ୍‍ ଓ ଡିଜେଲ୍‍ କିଣି ଆଣୁଛନ୍ତି।

ଏହାଦ୍ଵାରା ଦିଲ୍ଳୀରେ ଅକ୍ଟୋବର୧୫ ତାରିଖ ସୁଦ୍ଧା ପେଟ୍ରୋଲ୍‍ ବିକ୍ରି ୨୦% ଓ ଡିଜେଲ୍‍ ବିକ୍ରି ୩୦% ହ୍ରାସ ପାଇଛି। ରାଜ୍ୟ ସକାର ଯଥାଶୀଘ୍ର ଭାଟ ହ୍ରାସ ନ କଲେ ଡିଜେଲ୍‍ ଓ ପଟ୍ରୋଲ୍‍ ବିକ୍ରି ଆହୁରି ହ୍ରାସ ପାଇବ ବୋଲି ସଂଘ ଆଶଙ୍କା କରିଛି।

ପଢନ୍ତୁ;  ଇଣ୍ଡିଆନ୍‌ ଆଇଡଲ୍‌ରୁ ଓହରିଲେ ଅନୁ ମଲିକ୍

Related posts

ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି

ENO Beuro

ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ENO Beuro

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More