29.1 C
Bhubaneswar
June 13, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ପାଇଁ ବଡ ଧରଣର ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତିମାନ ନଷ୍ଟ ହୋଇଛି । ଏହି ହିଂସାରେ ଏପର୍ଯ୍ୟନ୍ତ ୪୨ ଲୋକୀବନ ଚାଲି ଯାଇଛି । ସେହିପରି ଏଥିରେ ୨୫୦ ରୁ ଅଧିକ ଲୋକ ଆହତ ହୋଇସାରିଛନ୍ତି । ବିଭିନ୍ନ ହିଂସା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ୧୨୩ ଏତଲା ଦାଖଲ କରାଯିବା ସହିତ ହିଂସାରେ ଜଡିତ ଥିବା ୬୩୦ ଲୋକଙ୍କୁ ଗିରଫ କରାଯାଇଛି । ସେହିପରି ୟୁପି ପୋଲିସ ଅନୁଯାୟୀ ଦିଲ୍ଲୀ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା କରିଛି । ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତି ନଷ୍ଟ କରିଥିବା ହିଂସାକାରୀଙ୍କ ଠାରୁ କ୍ଷୟକ୍ଷତିର ଜରିମାନା ଆଦାୟ କରାଯିବ ।

ଉତ୍ତର-ପୂର୍ବ ଦିଲ୍ଲୀରେ ଉତ୍ତେଜିତ ହୋଇଥିବା ହିଂସାକାଣ୍ଡ ଅବସରରେ ମୌଜପୁର, ଜାଫରାବାଦ, ଶିବ ବିହାର,ଭଜନପୁରା, କରାବଲ ନଗର, ଗୋକୁଲପୁରୀ, ସିଲମପୁର ଏବଂ ଆଖ ପାଖ ଅଞ୍ଚଳରେ ଅନେକ ଘର , ଗାଡି ଏବଂ ଦୋକାନକୁ ପୋଡି ଦିଆଯାଇଥିଲା ।ଶୁକ୍ରବାର ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି କି, ଏକ ହଜାର ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ୬୩୦ ଲୋକଙ୍କୁ କଷ୍ଟଡିରେ ନିଆଯାଇଛି ।

ପଢନ୍ତୁ: ୟାହୁର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଣେ ଭାରତୀୟ

Related posts

ଶିକ୍ଷକଙ୍କୁ ଖରାଛୁଟି ମନା, ଛୁଟିରେ ଚାଲିବ ଏକ୍ସଟ୍ରା କ୍ଲାସ

Ratnamani Maharana

ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

Ratnamani Maharana

ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More