କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

ମୁଖ୍ୟମନ୍ତ୍ରୀଙ୍କ ଭବନରେ ତଲାସ କଲା ପୋଲିସ

ପୋଲିସ ପଶିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିବାକୁ ପୋଲିସ ପହଂଚିଛି । ସେଠାରେ ଲାଗିଥିବା ସିସିଟିଭିକୁ ଯାଂଚ କରିବା ଲାଗି ପୋଲିସ ପହଂଚିଛି ବୋଲି ଜଣାପଡିଛି । ତେବେ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଜଣେ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଂଚ କରିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଆଜି ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପହ୍ନଚିଥିଲେ,ପରେ ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍‌ସିମାନେ ସିବିଆଇ ବିଚାରପତି ବିଏଚ୍‌ ଲୋୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ମଧ୍ୟ ସମାନ ବ୍ୟଗ୍ରତା ଦେଖାଇବା ଉଚିତ। ଆଉ ମଧ୍ୟ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ମୁଖ୍ୟ ସଚିବଙ୍କ ଉପରେ ଆକ୍ରମଣ ହୋଇଛି ବୋଲି କୁହାଯାଉଥିବା ଘଟଣାରେ ସେମାନଙ୍କ ମାମଲା ଉପସ୍ଥାପନ କରିବା ପାଇଁ ମନ୍ତ୍ରିମଣ୍ଡଳ ଏଲ୍‌ଜି ଅନୀଲ ବୈଜାଲ୍‌ଙ୍କ ସହ ସାକ୍ଷାତ୍‌ ପାଇଁ ସମୟ ମାଗିଛି।

କେଜ୍ରିୱାଲଙ୍କ ବାସଭବନରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମାରିଥିଲେ ଆପ ବିଧାୟକ । କେଜ୍ରିୱାଲଙ୍କ ଉପସ୍ଥିିତିରେ ଏଭଳି ମାଡପିଟ ହୋଇଥିଲା । ମାମଲାରେ ଆପର ଦୁଇ ବିଧାୟକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଦିଲ୍ଲୀ ସରକାରଙ୍କ ମୁଖପାତ୍ର ଅରୁଣୋଦୟ ପ୍ରକାଶଙ୍କ କହିବାନୁସାରେ, ୬୦ରୁ ୭୦ ଜଣ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଥିଲେ।

ପଢନ୍ତୁ;ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

Related posts

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More