News

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ପ୍ରଦୂଷଣକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଦିଲ୍ଲୀ ସରକାରଙ୍କ ଅଡ-ଇଭିନ ଫର୍ମୁଲାକୁ କାର୍ୟ୍ୟକାରୀ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ । ମାତ୍ର ଏବେ ସରକାର ଏହା ଲାଗୁ କରିବା ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ପ୍ରଦୂଷଣ ରୋକିବା ଲାଗି ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏନସିଆର୍‌ ଓ ଦିଲ୍ଲୀରେ ଗୋଟିଏ ଦିନ ଯୁଗ୍ମ ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଗାଡ଼ି ଚାଲିଲେ ତା’ପରଦିନ ଅଯୁଗ୍ମ ନମ୍ବରର ଗାଡ଼ି ଚାଲିବା ନିଷ୍ପତ୍ତି ହୋଇଥିଲା। ଫଳରେ ଗୁରୁଗ୍ରାମ୍‌, ଫରିଦାବାଦ୍‌, ନୋଏଡ଼ା , ଗାଜିଆବାଦ୍‌ ଏବଂ ମୁଜାଫରନଗରରେ ଅଡ-ଇଭିନ ଫର୍ମୁଲା ପ୍ରଚଳିତ ହେବାର ଯୋଜନା ଥିଲା। ତେବେ ପୂର୍ବରୁ ଏହି ବ୍ୟବସ୍ଥାରେ ମହିଳା ଚାଳକ, ଦୁଇ ଚକିଆ ଯାନ ଓ ସରକାରୀ ଗାଡ଼ିକୁ ମିଳୁଥିବା କୋହଳକୁ ମଧ୍ୟ ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ପ୍ରତ୍ୟାହାର କରିନେଇଥିଲେ । ମାତ୍ର ଆଜି ଅପରାହ୍ଣରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍‌ ଘୋଷଣା କରିଛନ୍ତି ଏହି ଅଡ-ଇଭିନ ଫର୍ମୁଲା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ।

ଗ୍ରିନ୍‌ ଟ୍ରିବୁନାଲ୍‌ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଯେ ଯଦି ୪୮ ଘଣ୍ଟା ମଧ୍ୟରେ ପିଏମ୍‌-୧୦ ସ୍ତର ୫୦୦ ଅଙ୍କରେ  ଏବଂ ପିଏମ୍‌ ୨.୫ ସ୍ତର ୩୦୦ ରୁ ଉପରୁ ଅଧିକ ରହିବ ତେବେ ସ୍ଵତଃପ୍ରବୃତ ଭାବେ ଅଡ଼ ଇଭିନ ଫର୍ମୁଲା ଲାଗୁ କରାଯିବ।

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା  ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ପଢନ୍ତୁ, ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

Related posts

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

ENO Beuro

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ENO Beuro

ଆଜି କୋଣାର୍କ କୋର୍ଟରେ ହାଜର ହେବେ ଆୟାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More