EnewsOdia.Com

ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି

ମାର୍ଚ୍ଚ ତିନିରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ହେବ ଫାଶୀ । ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀଙ୍କୁ ପଚାରିଛନ୍ତି ଯେ କେବେ ପରିବାରଙ୍କୁ ଭେଟିବାକୁ ଚାହିଁବେ । ଅନ୍ତିମ ଦର୍ଶନ ପାଇଁ ପ୍ରଶ୍ନ କରାଯାଇଛି । ଏନେଇ ଚାରି ଦୋଷୀଙ୍କୁ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସେମାନେ ଜବାବ ଦେବାପରେ ପରିବାର ଲୋକଙ୍କୁ ଶେଷଥର ପାଇଁ ଭେଟିବାକୁ ସୁଯୋଗ ଦିଆଯିବ ।

ମୁକେଶ ବିନୟ ଓ ଅକ୍ଷୟ ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ପାଖକୁ ରାଜକ୍ଷମା ଆବେଦନ ପଠାଇଥିଲେ, ହେଲେ ଏହାକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି । ଏମାନଙ୍କ ପାଇଁ ଫାଶୀ ରାସ୍ତା ପକ୍କା ହୋଇଛି । ଅନ୍ୟତମ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିନଥିବା ବେଳେ ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ଆବେଦନ ପଠାଇନାହିଁ । ୨୯ ଫେବୃଆରୀ ପରେ ଯଦି ପବନ କ୍ୟୁରେଟିଭ ପିଟିସନ ଦାଖଲ କରେ ତାହେଲେ ୩ ତାରିଖରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିପାରେ ।

ପଢନ୍ତୁ: ଆସନ୍ତା ସପ୍ତାହରେ ଆରମ୍ଭ ହେବ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ !

ସମ୍ବନ୍ଧିତ ଖବର

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Ratnamani Maharana

ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

Ratnamani Maharana

ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା

Ratnamani Maharana

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana