EnewsOdia.Com

ମୁକେଶର ରାଜକ୍ଷମା ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ଗତକାଲି କେନ୍ଦ୍ର ଓ ଦିଲ୍ଲୀ ସରକାର କୋର୍ଟକୁ ଜଣାଇବା ପରେ ଏହି ଆଶଙ୍କା ବଢ଼ି ଯାଇଛି ।  ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶର ଦୟା ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରାଳୟକୁ ସେ ଫାଇଲ୍‌ ପଠାଇ ଦେଇଛନ୍ତି। ମୁକେଶଙ୍କ ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ କରି ସେ ଦୟା ଆବେଦନକୁ ସରକାର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ଙ୍କ ନିକଟକୁ ପଠାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବା ଅନୁମୋଦନକୁ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜଲ୍‌ ଗ୍ରହଣ କରି ସେ ଫାଇଲ୍‌କୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି।

ରାଷ୍ଟ୍ରପତି ନେବେ ଶେଷ ନିଷ୍ପତି

ବର୍ତ୍ତମାନ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବା ପରେ ସେଠାରୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ତେବେ ମୁକେଶର ରାଜକ୍ଷମା ଯାଚିକା ଉପରେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ଶେଷ ତଥା ଅନ୍ତିମ ନିଷ୍ପତି ଶୁଣାଇବେ । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀଙ୍କ ରାଜକ୍ଷମା ଆବେଦନ ରହିଛି । ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ମିଳିବ ।

ପଢନ୍ତୁ: ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

ସମ୍ବନ୍ଧିତ ଖବର

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

Ratnamani Maharana

ସ୍ଥାପିତ ହେଲା ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

Ratnamani Maharana

ବଜାରକୁ ଆସୁଛି ହୋଣ୍ଡାର ଆକ୍ଟିଭା ୬ ଜି

Ratnamani Maharana

ବିବାହ ଉତ୍ସବରେ ମିଳିଲା ନିଆରା ଉପହାର

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ କୋର୍ଟରେ ଅପିଲ୍

Ratnamani Maharana