Loading...

ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

୨୦୧୯ ମସିହାରେ ହୋଇଥିବା କୋଭିଡ-19 ମହାମାରୀ ପରଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିଲା। ଦୀର୍ଘ ୩ ବର୍ଷ ପରେ ପୁଣି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୧୯ ମସିହାରେ ହୋଇଥିବା କୋଭିଡ-19 ମହାମାରୀ ପରଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିଲା। ଦୀର୍ଘ ୩ ବର୍ଷ ପରେ ପୁଣି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ,୧୨ ତାରିଖରେ ନାମାଙ୍କନ ଦାଖଲ କରାଯିବାକୁ ଥିବା ବେଳେ ପରଦିନ ଅର୍ଥାତ ୧୩ ତାରିଖ ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି । ୨୨ ତାରିଖରେ ଭୋଟିଂ ହେବ । ସକାଳ ୮। ୩୦ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୧ଟା ଓ ପରେ ପୁଣି ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଜାରି ରହିବ । ଛାତ୍ରଛାତ୍ରୀ ସେମାନଙ୍କର ପରିଚୟ ପତ୍ର ମାଧ୍ୟମରେ କ୍ୟାମ୍ପସରେ ପ୍ରବେଶ କରି ଭୋଟ ଦେଇପାରିବେ । ତେବେ ଦୀର୍ଘ 3ବର୍ଷ କ୍ୟାମ୍ପସରେ ନିର୍ବାଚନ ହେବା ନିଷ୍ପତ୍ତିକୁ ଛାତ୍ର ସଂଗଠନଗୁଡିକ ସ୍ବାଗତ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.