LIFESTYLE

ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କାରଣ କ’ଣ ?

ଆପଣ ଜାଣିଛନ୍ତି , ଜଳ ବହୁଳେ ସୃଷ୍ଟି ନାଶ,ଜଳ ବିହୁନେ ସୃଷ୍ଟି ନାଶ । ଜୀବନରେ ଉଭୟ ଖାଦ୍ୟ ଏବଂ ପାଣିର ପ୍ରମୁଖ ଭୂମିକା ରହିଛି । ଗୋଟିଏ ଅନ୍ୟଟିର ପରିପୂରକ । ଗୋଟିଏକୁ ଛାଡ଼ି ଅନ୍ୟଟିର ସ୍ଥିତି ଅସମ୍ଭବ । ଆମ ଶରୀର ୭୦ ପ୍ରତିଶତ ଜଳରେ ତିଆରି । ତେବେ ଶୀତଦିନେ ଅଧିକାଂଶ ଲୋକ ଖୁବ କମ ପାଣି ପିଅନ୍ତି । କିନ୍ତୁ ଗରମ ଦିନ ହେଉ କିମ୍ବା ଶୀତଦିନ ସର୍ବଦା ଆବଶ୍ୟକ ମୁତାବକ ପାଣି ପିଇବା ଉଚିତ । ନଚେତ ଶରୀରରେ ବିଭିନ୍ନ ଅସୁବିଧା ଦେଖାଯାଏ । ସେଥିପାଇଁ ଦିନକୁ ୩ରୁ ୪ ଲିଟର ପାଣି ପିଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦିଅନ୍ତିି । ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥାଏ ।

– ଅଧିକାଂଶ ବ୍ୟକ୍ତି ଖାଦ୍ୟ ଖାଇବା ପରେ ତୁରନ୍ତ ଜଳ ପାନ କରିଥାନ୍ତି । କାରଣ ଏଭଳି କରିବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇପାରେ ନାହିଁ ଏବଂ ପେଟରେ ସମସ୍ୟା ଦେଖାଯାଏ । ଏହା ସହିତ ଶରୀରକୁ ଠିକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିପାରେ ନାହିଁ ।

– ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ । ଏହା ସହିତ ବିଭିନ୍ନ ରୋଗବ୍ୟାଧି ମଧ୍ୟ ହୋଇଥାଏ । ତେବେ ସବୁବେଳେ ସୁସ୍ଥ ରହିବା ପାଇଁ କେଉଁ ସମୟରେ ଜଳ ପାନ କରିବା ଉଚିତ ଆସନ୍ତୁ ଜାଣିବା ।

– ଖାଦ୍ୟ ଖାଇବାର ୩୦ ମିନିଟ ପରେ ଜଳ ପିଇବା ଉଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛିଡ଼ା ହୋଇ ଜଳପାନ କରିବା ଅନୁଚିତ । କାରଣ ଛିଡ଼ା ହୋଇ ଜଳପାନ କରିବା ଦ୍ୱାରା ଏହା ଫୁସଫୁସ ଏବଂ ଆଣ୍ଠୁକୁ ଚାଲିଯାଏ । ଯାହାଦ୍ୱାରା ପେଟ ଏବଂ ଆଣ୍ଠୁ ଗଣ୍ଠିରେ ବିଭିନ୍ନ ସମସ୍ୟା ଦେଖାଯାଏ । ତେବେ ଏ ସବୁ ପ୍ରତି ଧ୍ୟାନ ରଖିଲେ ଏକ ସୁସ୍ଥ ଜୀବନ ତିଆରି ହୋଇପାରିବ ।

ପଢନ୍ତୁ ;

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି  

Related posts

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ENO Beuro

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More