LIFESTYLE

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ଅଧିକାଂଶ ଲୋକ ଲେମ୍ବୁପାଣି ପିଇବାକୁ ପସନ୍ଦ କରିଥାନ୍ତି। ଲେମ୍ବୁ ପାଣି ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ କିନ୍ତୁ ଆପଣ ହୁଏତ ଜାଣିନଥିବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

ଲେମ୍ବୁ ପାଣି ଅଧିକ ପିଇବା ଦ୍ୱାରା ଛାତି ଜଳାପୋଡା ଭଳି ସମସ୍ୟା ଦେଖାଦେଇଥାଏ । ଅଧିକ ଅମ୍ଳିୟ ଜୁସ ପିଇବା ଦ୍ୱାରା ଅଲସର ଭଳି ସମସ୍ୟା ଉପଜିଥାଏ । ତେବେ ଯଦି ଛାତି ଜଳାପୋଡା ଓ ଅଲସର ଭଳି ସମସ୍ୟା ଦେଖା ଦେଉଥାଏ ତେବେ ଲେମ୍ବୁ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ବୃଦ୍ଧି ପାଇଥାଏ। ସାଧାରଣତଃ ଭିଟାମିନ ସି ଶରୀରରୁ ଆଇରନକୁ ଅବଶୋଷଣ କରିଥାଏ। ଅଧିକ ମାତ୍ରାରେ ଆଇରନ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଲେମ୍ବୁ ପାଣିରେ ସାଇଟ୍ରିସ ଏସିଡ ଓ ଅକ୍ସଲେଟ ପଯ୍ୟାପ୍ତ ମାତ୍ରାରେ ରହିଥାଏ । ଲେମ୍ବୁ ପାଣି ଅଧିକ ପିଇବା ଦ୍ୱାରା ଏହା ଛୋଟ ଛୋଟ ପଥର ରୂପେ ଶରୀରରେ ଜମା ହୋଇଯାଇଥାଏ ।ଯାହାଦ୍ୱାରା କିଡନୀ ଷ୍ଟୋନ ହେବାର ସମ୍ଭାବନା ଦେଖା ଦେଇଥାଏ।

ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରର ହାଡ ଦୁର୍ବଳ ହୋଇଯାଇଥାଏ ।ଲେମ୍ବୁରେ ଅମ୍ଲିୟ ଅଂଶ ରହୁଥିବାରୁ ଶରୀରର ହାଡ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହାଛଡା ଯଦି ପୂର୍ବରୁ ଗ୍ୟାସ ସମସ୍ୟା ରହିଥାଏ ତେବେ ଲେମ୍ବୁ ପାଣି ପିଇବା ଦ୍ୱାରା ସମସ୍ୟା ଦେଖା ଦେଇଥାଏ। ଏହାଦ୍ୱାରା ହଜମ ପ୍ରକିୟାରେ ବାଧା ଦେଖା ଦେଇଥାଏ।

ଲେମ୍ବୁ ପାଣି ପିଇବା ଦ୍ୱାରା ଫାଇଦା ମିଳିଥାଏ ସତ କିନ୍ତୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତ ଉପରେ ଏହାର ପ୍ରଭାବ ପଡିଥାଏ।

ଏକ ରିସର୍ଚ୍ଚ ଅନୁସାରେ  ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଲେମ୍ବୁରେ ଅତ୍ୟଧିକ ଅମ୍ଲ ରହିବା ହେତୁ ଦାନ୍ତର ଏନମଲ ଦୁର୍ବଳ ହୋଇଯାଇଥାଏ । ଲେମ୍ବୁ ସାଇଟ୍ରସ ଏସିଡ଼ର ମାତ୍ରା ଅଧିକ ରହୁଥିବାରୁ ଏହା ଦାନ୍ତର ଉପର ପରସ୍ତ ଉପରେ ପ୍ରଭାବ ପକାଇଥାଏ।

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ lemon 1

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଶନିବାର କେଉଁ ସବୁ କାମ କଲେ ଶନି ଦେବଙ୍କ କୃପା ମିଳେ ଜାଣନ୍ତୁ ?

Related posts

ହଷ୍ଟେଲରେ ରହୁଛନ୍ତି କି ?ତେବେ ଏହି ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

Krishna Kumar Manoj

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

Krishna Kumar Manoj

ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା

Krishna Kumar Manoj

4 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More