LIFESTYLE

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି। ହେଲେ ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ ହୋଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଲୁଣରେ ଥିବା ସୋଡିୟମ୍‌ ଏବଂ କ୍ଲୋରାଇଡ୍‌ ଶରୀର ପାଇଁ ଉପଯୋଗୀ କିନ୍ତୁ ଏଥିପାଇଁ ଠିକ ପରିମାଣରେ ଲୁଣ ଖାଇବା ଆବଶ୍ୟକ। ଜଣେ ବୟସ୍କ ବ୍ୟକ୍ତି ପାଖାପାଖି ୫ଗ୍ରାମ୍‌, ୧୮ବର୍ଷ ବୟସ ଠାରୁ କମ ପିଲା ୪ଗ୍ରାମ୍‌ ଏବଂ ଛୋଟ ପିଲା ୧ଗ୍ରାମ୍‌ ଲୁଣ ଖାଇବା ଉଚିତ୍‌। କାରଣ ଅଧିକ ଲୁଣ ହାଡକୁ ଦୁର୍ବଳ କରାଏ। ଏହା ଛଡା କ୍ୟାନସର ଓ ହୃତପିଣ୍ଡ ଜନିତ ସମସ୍ୟା ଉପୁଜି ପାରେ। ଡାକ୍ତରଙ୍କ ପରାମର୍ଶ ସହିତ ରକ୍ତ ପରୀକ୍ଷା କରି ଲୁଣ ଖାଇବା ଭଲ।

ଲୁଣ ଅଧିକ ଖାଇଲେ କେଉଁ ସମସ୍ୟା ହୋଇଥାଏ ଜାଣନ୍ତୁ-

  • ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ । ଯାହାଫଳରେ କିଡନୀରେ ଷ୍ଟୋନ ହେବାର ଭୟ ରହିଥାଏ।
  • ଲୁଣରେ ଥିବା ସୋଡିୟମ ଇଂସୁଲିନ ପ୍ରତିରୋଧ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱରା ମଧୁମେୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ।
  • ଶରୀରର ସନ୍ତୁଳନ ବିଗିଡିବାର କାରଣ ହେଉଛି ଲୁଣ । ସେଥିପାଇଁ ପାଣି ଅଧିକ ମାତ୍ରାରେ ପିଅନ୍ତୁ। ଏହାଦ୍ୱରା ଶରୀର ସୁସ୍ଥ ରହିବ।
  • ଲୁଣ ବା ସୋଡିୟମ କ୍ଲୋରାଇଡ ଅଧିକ ମାତ୍ରାରେ ଶରୀରକୁ ଯିବା ଦ୍ୱାରା ଶରୀରର ଧମନିରେ ରକ୍ତ ପ୍ରଭାବ ବଢିଯାଏ ଏବଂ ଏହାଦ୍ୱାରା ହୃଦୟ ଉପରେ ଚାପ ପଡିଥାଏ । ଏହାକୁ ଅଧିକ ମାତ୍ରାରେ ସେବନ କଲେ ରକ୍ତଚାପ ବଢିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ।

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ? ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ? salt

ପଢନ୍ତୁ; ଖରାଦିନେ ଲେମ୍ବୁ-ପୋଦିନା ସର୍ବତ ପିଇବା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ?

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

Krishna Kumar Manoj

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଉପକାରିତା ,ଆସନ୍ତୁ ଜାଣିବା

Krishna Kumar Manoj

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More