LIFESTYLE

ଟାଟୁ କରୁଛନ୍ତି କି? ସାବଧାନ! ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

ଟାଟୁ ପ୍ରତି ସାବଧାନ

ଆଜିକାଲି ଯୁବପୀଢ଼ିଙ୍କୁ ଘାରିଛି ଟାଟୁ କ୍ରେଜ୍‌। ଶରୀରର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଡିଜାଇନ୍‌ର ଟାଟୁ କରିବାକୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ସମସ୍ତଙ୍କ ରୁଚିକୁ ଆଖି ଆଗରେ ରଖି ପର୍‌ମାନେଣ୍ଟ ଓ ଟେମ୍ପୋରାରୀ ଟାଟୁର ମଧ୍ୟ ସୁବିଧା ରଖିଛନ୍ତି ଟାଟୁକରାଳୀ। ମାତ୍ର ଏହି ଟାଟୁ ଯଦିଓ ଆପଣଙ୍କର ଏକ ଫେସନେବଲ୍ ଛବି ବନାଇଥାଏ ଅନ୍ୟପଟେ ଏହାକୁ ହଟାଇବା ପଡିପାରେ ମହଙ୍ଗା। କିନ୍ତୁ ଆପଣ ହୁଏ ତ ଜାଣିନଥିବେ ଟାଟୁ କରିବା ଦ୍ଵାରା ଶାରୀରକ ସମସ୍ୟା ମଧ୍ୟ ଦେଖାଦେଇଥାଏ।

ଜାଣିରଖନ୍ତୁ କେଉଁ ଲୋକମାନେ ଟାଟୁ କରିବା ଉଚିତ ନୁହେଁ-

ଗର୍ଭବସ୍ଥା କିମ୍ବା କୌଣସି ରୋଗଗ୍ରସ୍ତ ଥିଲେ ଭୁଲରେ ମଧ୍ୟ ଟାଟୁ କରିବାକୁ ଚିନ୍ତା କରନ୍ତୁ ନାହିଁ । କାରଣ ଟାଟୁ କେବଳ ଶରୀରର ଉପରି ଅଂଶରେ ହୋଇ ନ ଥାଏ ବରଂ ଏହା ରକ୍ତ ସହ ଶରୀରର ଭିତର ଅଂଶରେ ପ୍ରଭାବ ପକାଇଥାଏ । ଏଣୁ ଏହା ଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ଏହି ସମୟରେ ଟାଟୁ କରିବା ଦ୍ୱାରା ଆପଣଙ୍କ ଚର୍ମ ସହ ଟାଟୁ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ।

ଟାଟୁ କରିବା ପୂର୍ବରୁ ସବୁବେଳେ ତାହା କିଏ ଏବଂ କିପରି ପ୍ରସ୍ତୁତ କରିବା ପାଇଁ ଯାଉଛି ତାହା ଉପରେ ଧ୍ୟାନ ଦିଅନ୍ତୁ। କାରଣ ଯଦି ଟାଟୁ ପ୍ରସ୍ତୁତ ସମୟରେ ଏହାର ଛୁଞ୍ଚି ପରିବର୍ତ୍ତନ ହୋଇ ନଥାଏ ତେବେ ଆପଣଙ୍କୁ କର୍କଟ ତଥା ଏଚ୍‌ଆଇଭି ହେବାର ସମ୍ଭାବନା ମଧ୍ୟ ରହିଥାଏ।

ଶରୀରରେ ଟାଟୁ କୌଣସି ନିର୍ଦ୍ଦିଷ୍ଟ ସମୟ ପାଇଁ ନୁହଁ ବରଂ ଆଜୀବନ ରହିଥାଏ ।ଏଣୁ ସର୍ବଦା ଟାଟୁକୁ ଶରୀରରେ ଏପରି ସ୍ଥାନରେ କରନ୍ତୁ ଯେଉଁଠାରେ ଭବିଷ୍ୟତରେ କୌଣସି ସଂକ୍ରମଣର ସମ୍ଭାବନା ନ ଥିବ।

ପଢନ୍ତୁ; ଖରାଦିନେ ପିଅନ୍ତୁ ନାହିଁ ଏହି ସବୁ ପାନୀୟ ,ନଚେତ୍ ହୋଇପାରେ ଅନେକ ସମସ୍ୟା!

Related posts

ଏକାସଙ୍ଗରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ENO Beuro

କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ଅସୁବିଧାରେ ପଡିବେ ଜାଣନ୍ତୁ

ENO Beuro

2 comments

Leave a Comment