LIFESTYLE

ଆପଣ କମ ପାଣି ପିଉଛନ୍ତି କି? ତେବେ ଜାଣିରଖନ୍ତୁ କମ ପାଣି ପିଇବା ଦ୍ଵାରା ଶରୀରରେ କେଉଁ ସମସ୍ୟା ଦେଖାଯାଇଥାଏ?

ସୁସ୍ଥ ଶରୀର ପାଇଁ ପାଣିର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ଦୈନିକ ଅତି କମ୍‌ରେ ୮-୧୦ ଗ୍ଲାସ୍‌ ପାଣି ପିଇବା ଦରକାର। କମ ପାଣି ପିଇବା ଦ୍ଵାରା ଶରୀରରେ ଅନେକ ରୋଗ ଦେଖାଯାଇଥାଏ।

ତେବେ ଜାଣିରଖନ୍ତୁ କମ ପାଣି ପିଇବାଦ୍ଵାରା କେଉଁ ସମସ୍ୟା ହୋଇଥାଏ-

  • କମ୍‌ ପାଣି ପିଇଲେ ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚାଇବା ପାଇଁ ଅଧିକ ପରିଶ୍ରମ ଲୋଡ଼ା ହୋଇଥାଏ। ଏମିତିରେ ହୃତ୍‌ପିଣ୍ଡର ବେଗ ଅଚାନକ ବଢ଼ିଯାଏ।
  • କମ୍‌ ପାଣି ପିଇଲେ ମସ୍ତିଷ୍କକୁ ପୂର୍ଣ୍ଣ ଶକ୍ତି ମିଳି ନ ଥାଏ। ଏମିତି ସ୍ଥିତିରେ କାମ କରିବା ପାଇଁ ମସ୍ତିଷ୍କକୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିଥାଏ, ଯାହା ଫଳରେ କ୍ଳାନ୍ତି ବଢ଼ିପାରେ।
  • ଶରୀରରେ ଠିକ୍‌ ପରିମାଣରେ ପାଣି ନ ଥିଲେ ଖାଦ୍ୟର ହଜମ ଠିକ୍‌ ଭାବେ ହୋଇପାରି ନ ଥାଏ। ଏହା ଅମ୍ଳଦୋଷ ସୃଷ୍ଟିକରେ।
  • କମ୍‌ ପାଣି ପିଇଲେ ଆଖିର ଶୁଷ୍କତା ବଢ଼ିଥାଏ। ଏହା ଫଳରେ ଆଖି ପୋଡ଼ିବା ସହ ଦରଜ ହୋଇଥାଏ।
  • ମସ୍ତିଷ୍କ ୭୦ ପ୍ରତିଶତରୁ ଅଧିକ ପାଣିରେ ତିଆରି ହୋଇଛି। କମ୍‌ ପାଣି ପିଇଲେ ଏହା ଠିକ୍‌ ଭାବେ କାମ କରିପାରେ ନାହିଁ, ଯାହା ଫଳରେ କୌଣସି ନିର୍ଦ୍ଧିଷ୍ଟ ବା ଗୋଟିଏ ଜିନିଷରେ ଧ୍ୟାନ ରହେ ନାହିଁ।

ପଢନ୍ତୁ; ଚକଟା ଅଟାକୁ ଫ୍ରିଜରେ ରଖୁଛନ୍ତି କି? ଜାଣନ୍ତୁ ଏହା ଶରୀରଉପରେ କଣ ପ୍ରଭାବ ପକାଇଥାଏ!

Related posts

କେଶରେ ଅଧିକ ରୁପି ପାଇଁ ଚିନ୍ତିତ ଅଛନ୍ତି କି ? କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରନ୍ତୁ

ENO Beuro

ଖାଇ ସାରିବା ପରେ କେଉଁ ଜିନିଷ ଖାଇବା ଏବଂ ପିଇବା ଅନୁଚିତ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More