EnewsOdia.Com

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

ବିମୁଦ୍ରୀକରଣକୁ ଆଜିକୁ ୩ ବର୍ଷ ପୂରୁଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା। ୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ବିମୁଦ୍ରୀକରଣ କରି ଦିଆଯିବା ଫଳରେ ଅର୍ଥନୀତିରେ ପ୍ରଚଳନ ଥିବା ୮୬ ପ୍ରତିଶତ େନାଟ୍ ଅକାମୀ ହୋଇଯାଇଥିଲା। ଦୀର୍ଘଦିନ ପର୍ୟ୍ୟନ୍ତ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଥିଲେ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିେଲ। ନିଯୁକ୍ତି, ଉତ୍ପାଦନ ଆଦି କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା।

ବିମୁଦ୍ରୀକରଣ ପ୍ରସଙ୍ଗରେ ଲୋକାଲସର୍କଲସ ନାମକ ଏକ ସଂସ୍ଥା ପକ୍ଷରୁ ଏବେ ଏକ ସର୍ଭେ କରାଯାଇଥିଲା। ଏଥିରେ ୬୬ ପ୍ରତିଶତ ଲୋକ ମତ ଦେଇଛନ୍ତି ଅର୍ଥନୀତି ଉପରେ ବିମୁଦ୍ରୀକରଣର ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ଏହି ପଦକ୍ଷେପ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ୩୩ ପ୍ରତିଶତ ଲୋକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ସର୍ଭେରେ ଭାଗ ନେଇଥିବା ୨୮ ପ୍ରତିଶତ ଲୋକେ ବିମୁଦ୍ରୀକରଣର କୌଣସି ନକାରାତ୍ମକ ପ୍ରଭାବ ନଥିବା କହିଛନ୍ତି।
ପଢନ୍ତୁ: ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

ସମ୍ବନ୍ଧିତ ଖବର

ଖୁବ୍‌ ଶୀଘ୍ର ଆୟକର ବିଭାଗ ପକ୍ଷରୁ ଜାରି ହେବ ଅନ୍‌ଲାଇନ୍‌ ପ୍ୟାନ୍‌କାର୍ଡ

Ratnamani Maharana

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

Ratnamani Maharana

ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

Ratnamani Maharana

ଓଡିଶା ମୁହାଁ ଆଉ ଏକ ବାତ୍ୟା

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

Ratnamani Maharana