• Home
  • Featured
  • ଡେଙ୍ଗୁ ରୋଗ ର ଆତଙ୍କ, ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ
Featured

ଡେଙ୍ଗୁ ରୋଗ ର ଆତଙ୍କ, ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ

ବର୍ଷା ଋତୁରେ ସାଧାରଣତ ଡେଙ୍ଗୁ ରୋଗ ବ୍ୟାପିଥାଏ । ଏହା ଏକ ମରାତ୍ମକ ରୋଗ  ଓ ମଶାଙ୍କ ଭାଇରସରୁ ଡେଙ୍ଗୁରୋଗ ବ୍ୟାପିଥାଏ । ଅଳିଆ ଅବର୍ଜନା କିମ୍ବା ଖାଲ ସ୍ଥାନ ମାନଙ୍କରେ ଅପରିଷ୍କାର ପାଣି ଜମିବା ଦ୍ଵାରା ଏଥିରେ ମଶା ରୁହନ୍ତି ଓ ଡେଙ୍ଗୁ ରୋଗ ବ୍ୟାପେ । ଏହି ମଶା ସାଧାରଣତଃ ଦିନବେଳା କାମୁଡି ଥାନ୍ତି ।  ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ  ।

ଡେଙ୍ଗୁ ରୋଗର ଲକ୍ଷଣ :

ଡେଙ୍ଗୁ ମଶା କାମୁଡିଲା ପରେ ୩ରୁ ୧୪ ଦିନ ଭିତରେ ଏହାର ଲକ୍ଷଣ ଜଣାପଡେ ।
୧- ଜୋର ମୁଣ୍ଡବ୍ୟଥା
୨- ବାନ୍ତି ଲାଗିବା
୩- ଶରୀରରେ ନାଲି ହୋଇ ଫଳିଯିବ ।
୪- ମାଂଶପେଶୀ ଓ ଆଣ୍ଟୁଗଣ୍ଠି ଜୋର ବିନ୍ଧିବା ଏହି ରୋଗର ଲକ୍ଷଣ ହୋଇଥାଏ ।
୫- କମ୍ପ ଉଠି ଜ୍ୱର ହେବା ମଧ୍ୟ ଡେଙ୍ଗୁ ରୋଗର ଲକ୍ଷଣ ।

ଡେଙ୍ଗୁ ରୋଗର ନିରାକରଣ:

୧-ପ୍ରଥମେ ଆମ ଆଖପାଖରେ ଯେଉଁଠି ପାଣି ଜମୁଛି ତାକୁ ଶୁଖାଇ ଦେବା ଦରକାର । ଘର ଛାତ ଉପରେ ଯଦି କୌଣସି ଜାଗାରେ ମାଠିଆ, ଥାଏ ଡବା ଓଲଟାଇ ରଖିବା ଦରକାର ।
୨- ଘରେ ଯଦି କୁଲର ଥାଏ ତେବେ ପ୍ରତିଦିନ ପାଣିକୁ ସଫା କରବା ଉଚିତ ।
୩- ଡାକ୍ତରଙ୍କ କହିବା ଅନୁସାରେ ଡେଙ୍ଗୁ ମଶା ଦିନବେଳା କାମୁଡି ଥାନ୍ତି । ତେଣୁ ଦିନରେ ଝରକା , କବାଟ ବନ୍ଦ ରଖିବା ଉଚିତ । ମଶା କାମୁଡାରୁ ନିଜକୁ ରକ୍ଷା କରନ୍ତୁ । ଫୁଲ ପେଣ୍ଟ ଓ ସାର୍ଟ ପିନ୍ଧନ୍ତୁ ।
୪- ଘରେ ମଶା ଧୂପ କିମ୍ବା ଲୋଶନ ବ୍ୟବହାର କରିବା ଦରକାର ।
୫-ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର ହୋଇଥାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଔଷଧ ଖାଇଲା ପରେ ଯଦି ଜ୍ୱର ଛାଡୁନି ତାହେଲେ ରକ୍ତ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଉଚିତ ।

ଏବେ ଓଡିଶାରେ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ସବୁଠୁ ଆଗରେ ରହିଛି କଟକ ସହର । ଗୋଡିଏ ସାହିରୁ ଆନ୍ୟ ସାହିକୁ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ରାଣୀହାଟ ଅଞ୍ଚଳ, ମଠସାହି , ରାଜା ବଗିଚା ଓ ନୂଆ ବଜାରରୁ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କଟକ ଜଗତପୁର ଅଞ୍ଚଳୁ ମଧ୍ୟ ଡେଙ୍ଗୁ ମଶା ଲାର୍ଭା ସଂଗ୍ରହ କରାଯାଇଛି ।

କଟକ ଏସସିବି ମେଡିକାଲରେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିହାରର ସୋମ ପ୍ରକାଶ ମିଶ୍ର। ଗତକାଲି ସୋମ ପ୍ରକାଶ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁରେ ଏହା ପ୍ରଥମ ମୃତ୍ୟୁ।

ଡେଙ୍ଗୁ ରୋଗ ର ଆତଙ୍କ, ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ   ଡେଙ୍ଗୁ ରୋଗ ର ଆତଙ୍କ,  ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ

ମୁଁହଁ ରେ ବ୍ରଣ ଯୋଗୁ ଚିନ୍ତିତ କି? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ବିଷୟରେ

Related posts

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର

Krishna Kumar Manoj

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !

Krishna Kumar Manoj

ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More