EnewsOdia.Com

ଘନ କୁହୁଡ଼ି ସହ ଥରାଉଛି ଶୀତ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲାରେ କୁହୁଡ଼ି ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୪୮ ଘଂଟା ଯାଏଁ ଉପକୂଳ ଓଡିଶା ସମେତ ମଧ୍ୟ ଓଡିଶାର କିଛି ଜିଲ୍ଲାରେ ଦେଖିବାକୁ ମିଳିବ ଏହାର ପ୍ରଭାବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ।

ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ କୁହୁଡ଼ି ଯୋଗୁଁ ଅଳ୍ପ ଦୂରତା ପର୍ଯ୍ୟନ୍ତ ବି ରାସ୍ତା ଦେଖାଯାଉନଥିଲା। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବଡ଼ଦାଣ୍ଡରୁ ଅଦୃଶ୍ୟ ହେଲା ଶ୍ରୀମନ୍ଦିର

ସେପଟେ ପୁରୀରେ ଦେଖିବାକୁ ମିଳିଛି ଘନ କୁହୁଡି । ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ବିଶେଷ କରି କୁହୁଡିକୁ ନେଇ ଅଡୁଆରେ ପଡିଥିଲେ । ବଡଦାଣ୍ଡରେ କିଛି ମିଟର ଦୂରରୁ ଶ୍ରୀମନ୍ଦିର ବି ଦେଖାଯାଉନଥିଲା । ଏକ ବହଳିଆ କୁହୁଡିର ଚାଦର ଘୋଡେଇ ହୋଇ ରହିଥିଲା ମନ୍ଦିର ଉପରେ ।

ପଢନ୍ତୁ: ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

ସମ୍ବନ୍ଧିତ ଖବର

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana