EnewsOdia.Com

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

ପୂର୍ବ ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିିପ୍ରେସନ୍‌ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି। ଏହି ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼)ର ନାଁ ‘କ୍ୟାର’ ରଖାଯାଇଛି। ଏହା ଉତ୍ତରପୂର୍ବ ଦିଗକୁ  ଧୀରେ ଧୀରେ ଗତି କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ‘କ୍ୟାର’ ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ଗତିକରି ଓମାନ ଉପକୂଳ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘କ୍ୟାର’ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ଓ ଏହାର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି।

ଏହାର ପ୍ରଭାବରେ ଗୋଆ, କର୍ଣ୍ଣାଟକ ଓ ଦକ୍ଷିଣ କୋଙ୍କଣର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ପବନର ବେଗ ୬୦ କିଲୋମିଟରରୁ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ମାତ୍ର ଓଡିଶା ପ୍ରତି କିଛି ବିପଦ ନଥିବାନେଇ ସୂଚନାଦେଇଛି ପାଣିପାଗ ବିଭାଗ।

ପଢନ୍ତୁ: ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

ସମ୍ବନ୍ଧିତ ଖବର

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ

Ratnamani Maharana

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana

‘ବୁଲବୁଲ’ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana

ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି

Ratnamani Maharana