POLITICALS

ଓ୍ୱାଇଏସଆର କଂଗ୍ରେସକୁ ବିଜେପିର ଉପ ବାଚସ୍ପତି ପଦ ଅଫର !

Untitled 1

ଲୋକସଭା ଉପବାଚସ୍ପତି  କିଏ ହେବେ ? ସେ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଏହି ରେସ୍‌ରେ ବିଜେଡ଼ି ପ୍ରାର୍ଥୀଙ୍କ ନାଁ ଥିବା ନେଇ ବେଶ କିଛି ଦିନ ଚର୍ଚ୍ଚା ହେବା ପରେ ଏବେ କିନ୍ତୁ ଅଲଗା ଖବର ଶୁଣିବାକୁ ମିଳିଛି । ଲୋକସଭା ଉପବାଚସ୍ପତି ପଦ ପାଇଁ ବିଜେପି ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସକୁ  ଅଫର୍‌ ଦେଇଥିବା ସୂଚନା ମିଳିଛି । ଏହି ପଦ ପାଇଁ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ଭେଟି ବିଜେପି ସାଂସଦ ଜିଭିଏଲ ନରସିଂହ ରାଓ  ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି କିଛି ଆଲୋଚନା ହୋଇନଥିବା ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି।

ୱାଇଏସଆର କଂଗ୍ରେସର ନିର୍ବାଚିତ ୨୨ସାଂସଦଙ୍କ  ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଭିଏଲ । ତେବେ ୱାଇଏସଆର ନେତୃତ୍ୱ ଏହି ଅଫର ନେଇ ନୀରବ ରହିଛନ୍ତି । ସୂଚନା ଅନୁସାରେ ଜଗନ ଏଥିପାଇଁ ଅଧିକ ସମୟ ମାଗିଛନ୍ତି । ଉଭୟ ମୁସିଲମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭୋଟର ୱାଇଏସଆର କଂଗ୍ରେସକୁ ବହୁ ସଂଖ୍ୟାରେ ଭୋଟ ଦେଇ ନିର୍ବାଚନରେ ବିଜୟୀ କରିଥିବାରୁ ସବୁ ଦିଗରୁ ତର୍ଜମା କରୁଛନ୍ତି ଜଗନ । ଅଧିବେଶନ ଆରମ୍ଭରେ ନୂଆ ସାଂସଦମାନେ ଶପଥ ଗ୍ରହଣ କରିବେ । ତାପରେ ଖୁବ୍ ଶୀଘ୍ର ବାଚସ୍ପତି ଓ ଉପବାଚସ୍ପତି  ନିର୍ବାଚନ ହେବ ।
ପଢନ୍ତୁ: ‘ବାୟୁ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଲେ ଗୁଜୁରାଟ ସରକାର

Related posts

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

ENO Beuro

ବିଜେଡିର ପାର୍ଥୀ ତାଲିକା ପ୍ରକାଶ ପାଇଲା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

Ratnamani Moharana

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

Leave a Comment