News

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

ଭାରତୀୟ ପ୍ରଜାତିର କୁକୁର କୁ ପ୍ରଥମ ଥର ପାଇଁ ସେନାବାହିନୀରେ ସାମିଲ କରାଯିବା ନିମନ୍ତେ ତାଲିମ ଦିଆ ଯାଉଛି। ସାଧାରଣତଃ ସେନାରେ ଜର୍ମାନ୍‌ ସେପ୍‌ହର୍ଡ, ଲାବ୍ରାଡର୍‌ ଏବଂ ଗ୍ରେଟ୍‌ ସ୍ୱିସ୍‌ ମାଉଣ୍ଟେନ୍‌ ପ୍ରଜାତିର କୁକୁରମାନେ ସେନାବାହିନୀରେ କାମ କରନ୍ତି । ମିରଟସ୍ଥିତ ସେନାର ରିମାଉଣ୍ଟ୍‌ ଏବଂ ଭେଟେରିନାରି କର୍ପସ୍‌ ଦେଶୀ ପ୍ରଜାତିର ଛଅଟି ମୁଧୋଲ୍‌ ହାଉଣ୍ଡ୍‌ଙ୍କୁ ତାଲିମ୍‌ ଦେଇ ସାରିଛି। କର୍ଣ୍ଣାଟକରୁ ଗତ ବର୍ଷ ସେ କୁକୁରମାନଙ୍କୁ ଆର୍‌ଭିସିକୁ ପଠାଯାଇଥିଲା। ସେବେଠାରୁ ସେମାନଙ୍କୁ କଠୋର ତାଲିମ୍‌ ଦିଆଯାଉଛି।

ପ୍ରଥମେ, କିଛି ରୋଗବୈରାଗ ଅଛି କି, ନାହିଁ ଜାଣିବାକୁ କୁକୁରମାନଙ୍କୁ ନିସଙ୍ଗରେ ରଖାଯାଇଥିଲା। ତା’ପରେ ସେମାନଙ୍କୁ ଆଜ୍ଞାନୁବର୍ତ୍ତିତା ତାଲିମ୍‌ ଦିଆଗଲା ଓ ଯୁଦ୍ଧ ଟିକା ଦିଆଯିବା ପରେ ସ୍ୱତନ୍ତ୍ର ତାଲିମ ଦିଆଗଲା। ଏ ବର୍ଷ ଶେଷ ସୁଦ୍ଧା ସେମାନଙ୍କୁ ସେନାବାହିନୀରେ ସାମିଲ୍‌ କରାଯାଇ ଜମ୍ମୁ ଏବଂ କଶ୍ମୀର ଠାରେ ନିଯୁକ୍ତି ଦିଆଯିବ।

ଭବିଷ୍ୟତରେ ଅଧିକ ଭାରତୀୟ ପ୍ରଜାତିର କୁକୁର ସାମିଲ କରାଯିବ କି ବୋଲି ପଚାରନ୍ତେ ଅଧିକାରୀ ଜଣକ କହିଲେ, ଏବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ବେଳ ନୁହେଁ। ଏଥିପାଇଁ ବହୁ ବିଜ୍ଞାନସମ୍ମତ ଚିନ୍ତା ବ୍ୟବହାର କରାଯାଇଛି।

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

ପଢନ୍ତୁ, ଶୀତଦିନରେ ଶୁଷ୍କ ତ୍ଵଚା ପାଇଁ ଚିନ୍ତିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

Related posts

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

ENO Beuro

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

ENO Beuro

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

ENO Beuro

1 comment

Leave a Comment