News

ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣାରୁ ମିଳିପାରିବ ରକ୍ଷା

ରେଳ ଧାରଣାରେ ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣା ଉପରେ ଏବେ ରୋକ ଲଗାଯାଇ ପାରିବ । ଦୁର୍ଘଟଣା ରୋକିବା ପାଇଁ ଏକ ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୋଇଛି, ଯାହାର ନାମ ହେଲା ଅଲଟ୍ରାସୋନିକ୍ ବ୍ରୋକନେ୍ ରେଲ୍ ଡିଟେକ୍ସନ୍ (ୟୁବିଆରଡ଼ି) । ଉତ୍ତର ମଧ୍ୟ ରେଳୱେର ଆଲ୍ହାବାଦ ଡିଭିଜନ୍ ଓ ମୁରାଦାବାଦ ଡିଭିଜନରେ ଏହି ନୂତନ ଜ୍ଞାନକୌଶଳର ପରୀକ୍ଷଣ ଆରମ୍ଭ ହୋଇଯାଇଛି । ପରୀକ୍ଷା ପାଇଁ ୨୫-୨୫ କିମିର ସେକ୍ସନ ଚୟନ ହୋଇଛି ।

ଆରଡିଏସଓର ଜଣେ ଅଧିକାରୀ କହିଛନ୍ତି ଗରମ ଯୋଗୁଁ ରେଳ ଧାରଣାରେ ପ୍ରସାରଣ ଓ ଶୀତ ଦିନରେ ସଙ୍କୋଚନ କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଖୁବ ଶୀଘ୍ର ଅଲଟ୍ରାସୋନିକ କିରଣର ଏକ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯିବ । ଏହି ଜ୍ଞାନକୌଶଳ ଅନୁସାରେ ଅଲଟ୍ରାସୋନିକ କିରଣ ଫାଟ ସୃ୍ଷ୍ଟି ହୋଇଥିବା ରେଳଧାରଣାରେ ପଡ଼ିବ । କିଛି ବିପଦର ଆଶଙ୍କା ଥିଲେ ଆଲାର୍ମ ବାଜିବ । ଆଲାର୍ମ ଶୁଣି ଲୋକୋ ପାଇଲଟ୍ ସତର୍କ ହୋଇଯିବେ ଯାହା ଫଳରେ ଟ୍ରେନ୍ , ହେବାକୁ ଯାଉଥିବା  ଦୁର୍ଘଟଣାରୁ ରକ୍ଷା ପାଇଯିବ ।

ରେଳବାଇର ଅନୁସନ୍ଧାନ ଅଭିକଳ୍ପ ଏବଂ ମାନକ ସଂଗଠନ(ଆରଡ଼ିଏସଓ) ଏହି ନୂତନ ଜ୍ଞାନକୌଶଳର ଉଦ୍ଭାବନ କରିଛି । ଏହି ସଂଗଠନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅବସ୍ଥିତ । ଖୁବ ଶୀଘ୍ର ଏହି ଅଲଟ୍ରାସୋନିକ୍ ବ୍ରୋକନେ୍ ରେଲ୍ ଡିଟେକ୍ସନ୍ ଜ୍ଞାନକୌଶଳର ସଫଳ ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।

ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣାରୁ ମିଳିପାରିବ ରକ୍ଷା

ପଢନ୍ତୁ, ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

Related posts

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

ENO Beuro

କଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା’ ଆରମ୍ଭ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More