EnewsOdia.Com

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

ଆସ୍ଥା ଓ ଶ୍ରଦ୍ଧାର ଏକ ଅଭୁତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏହି ମନ୍ଦିରରେ ଜଣେ ଭକ୍ତ ୩୫ କିଲୋର ସୁନା ଦାନ କରିଛନ୍ତି । ଏହି ସୁନାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ, ଦିଲ୍ଲୀର ଜଣେ ଭକ୍ତ ପ୍ରାୟ ଏକ ସପ୍ତାହ ପୂର୍ବରୁ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି । ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଆଦେଶ ବାନ୍ଦେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କ ପରିଚୟ ଦେବାକୁ ମନା କରିଦେଇଛନ୍ତି। ଏହି ସୁନାକୁ ମନ୍ଦିରର କବାଟ ଏବଂ ସିଲିଂ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର ଅନ୍ୟତମ ଧନୀ ମନ୍ଦିର ହେଉଛି ସିଦ୍ଧିବିନାୟକ ମନ୍ଦିର । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରିଥାନ୍ତି । ୨୦୧୭ ମସିହାରେ ମନ୍ଦିରକୁ ୩୨୦ କୋଟି ଦାନ ଆକାରରେ ମିଳିଥିବା ବେଳେ ୨୦୧୮ରେ ପ୍ରାୟ ୪୧୦ କୋଟି ଦାନ ଆକାରରେ ମିଳିଥିବା କୁହାଯାଉଛି ।
ପଢନ୍ତୁ: ଉବେର ଇଟସକୁ କିଣିନେଲା ଜମାଟୋ

ସମ୍ବନ୍ଧିତ ଖବର

୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

Ratnamani Maharana

୫ ଦିନରେ ୫୦୦୦ ଓଟଙ୍କୁ ମାରିସାରିଲାଣି ଅଷ୍ଟ୍ରେଲିଆ !

Ratnamani Maharana

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

ବଦଳିଲା କରୋନା ଭାଇରସ୍‌ର ନାଁ

Ratnamani Maharana

ହୀରାରେ ମୋଦିଙ୍କ ଚିତ୍ର ଆଙ୍କିଲେ ଯୁବକ

Ratnamani Maharana

ନିର୍ଭୟା ଦୋଷୀଙ୍କ ଫାଶି ରୋକିବାକୁ ପରିଜନଙ୍କ ନୂଆ ଚାଲ

Ratnamani Maharana