News

ମନ୍ଦିର ଦାନବାକ୍ସରେ ଆଇଫୋନ ୬ଏସ

By ENO Beuro

March 15, 2018

ଭକ୍ତ ମନରେ ଯେ କ’ଣ ଅଛି, ତାହା ସ୍ବୟଂ ଭଗବାନଙ୍କୁ ହିଁ ଜ୍ଞାତ। ସାଧାରଣ ମନୁଷ୍ୟ ଅବା ଏସବୁ କେଉଁଠୁ ଜାଣିପାରିବ? ମନ୍ଦିରରେ ଦାନ ଦେଉଥିବା କଥା ଆପଣ ହୁଏତ ଶୁଣିଥିବେ।

କିନ୍ତୁ ଆନ୍ଦ୍ରପ୍ରଦେଶ ବିଜୟୱଡା ସୁବ୍ରମଣ୍ୟାସ୍ବାମୀଙ୍କ ମନ୍ଦିରର ଦାନବାକ୍ସରୁ ଏମିତି ଏକ ଜିନିଷ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ପ୍ରକୁତରେ ଏଠାକୁ ପ୍ରତିଦିନ ବହୁସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି। ଏହି ମନ୍ଦିରରେ ସର୍ପଦୋଷ ନିବାରଣ, ଅର୍ନ୍ନଦୋଷ ଆଦି ପାଇଁ ପୂଜା କରାଯାଏ। ଏଥିନିମନ୍ତେ ଏଠାରେ ଦାନ ମଧ୍ୟ ବହୁତ ମିଳିଥାଏ। ଶ୍ରଦ୍ଧାଳୁମାନେ ଦାନବାକ୍ସରେ ବହୁତ ମୂଲ୍ୟବାନ ଜିନିଷ ପକାଇଥାନ୍ତି।

ମନ୍ଦିର ଦାନପାତ୍ରରେ ବିଭିନ୍ନ ବର୍ଗର ଲୋକେ ଅନେକ ପ୍ରକାରର ଜିନିଷ ତଥା ଟଙ୍କାପଇସା ଦାନ କରିଥାନ୍ତି। କିଛିଦିନ ତଳର ଘଟଣା। ଦାନ ହୁଣ୍ଡି ସେବକମାନେ ଖୋଲିବା ପରେ ଆଇଫୋନର ଡବା ପାଇଲେ। ପ୍ରଥମେ ଏହା ନକଲି କିମ୍ବା ଖେଳନା ହୋଇଥିବ ବୋଲି ସେବକମାନେ ଭାବିଲେ। ହେଲେ ଫୋନଟି ଏକଦମ୍ ନୂଆ ଥିବା ସହ ଉତ୍ତମ ଭାବେ କାର୍ଯ୍ୟ କରୁଥିଲା। ଜଣେ ଭକ୍ତ ଭଗବାନଙ୍କୁ ଆଇଫୋନ୍ ଉପହାର ଦେବା ପଛର କାରଣ ଏବେ ମଧ୍ୟ ରହସ୍ୟମୟ।

ପଢନ୍ତୁ;

ଆପଣଙ୍କ ତ୍ଵଚାକୁ ଉଜ୍ଜଳ ଏବଂ ଗୋରା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର !