27 C
Bhubaneswar
May 5, 2021
EnewsOdia.Com
ଦେଶ ବିଦେଶ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି  ପୌଷ ପୂର୍ଣ୍ଣିମା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ସଙ୍ଗମ କୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାର୍ଷିକ ମାଘ ମେଳା ଆରମ୍ଭ ହୋଇଛି। ଆଜି ସଙ୍ଗମରେ ବୁଡ ପକାଇବେ ଶ୍ରଦ୍ଧାଳୁ। ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଅନୁମାନ କରାାଯାଉଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସେଠାରେ ୩, ୫୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏହାବ୍ୟତୀତ ମେଳା ନଗରୀରେ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି।

ମାଘ ମେଳା ଦିନ ‘କଳ୍ପବାସ’ ମଧ୍ୟ ଆରମ୍ଭ ହୁଏ। ଏଥିରେ ଭକ୍ତମାନେ ଏକ ମାସ ଯାଏଁ ପୃଥକ୍‌ ପୃଥକ୍‌ ଅଞ୍ଚଳରେ ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କରିବା ସହ ଉପବାସ ଓ ପୂଜାର୍ଚ୍ଚନା କରିଥାଆନ୍ତି। ଏଥିନିମନ୍ତେ  ପ୍ରୟାଗରାଜରେ ପରିମଳ, ଘାଟ, ନିରାପତ୍ତା, ଅଗ୍ନିଶମ ସେବା, ରେସନ୍‌ ବଣ୍ଟନ, ହୃତସମ୍ପଦ ଶିବିର, ପାନୀୟ ଜଳ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା  କରାଯାଇଛି ।

ପଢନ୍ତୁ: ଲୋକଙ୍କ କରେଣ୍ଟ କାଟିଲେ ବିରୋଧ କରିବ କଂଗ୍ରେସ ଓ ବିଜେପି

Related posts

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

Ratnamani Maharana

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ ମନା କଲେ ପଟିଆଲା ହାଉସ କୋର୍ଟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More