18 C
Bhubaneswar
January 17, 2021
EnewsOdia.Com
ନ୍ୟୁଜ୍

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ

ସରିଲା ଛତିଶା ନିଯୋଗ ବୈଠକ । ପଲିଥିନ୍‌ ମୁକ୍ତ ହେବ ଶ୍ରୀମନ୍ଦିର ପରିସର । ବୈଠକରେ ନିଷ୍ପତ୍ତି ଏଥର ଗୁଟଖା ଖାଇଲେ ଭକ୍ତ ଓ ସେବାୟତ ଗଣିବେ ୫୦୦ ଟଙ୍କା । ଏପ୍ରିଲ ୧ରୁ ଲାଗିବ ଫାଇନ୍‌, କଡ଼ାକଡ଼ି ହେବ ନିୟମ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିରକୁ କରାଯିବ ପ୍ଲାଷ୍ଟିକ ମୁକ୍ତ । ପଲିଥିନ ନେଇ ବିକଳ୍ପ ବ୍ୟବସ୍ଥା କରିବ ଶ୍ରୀମନ୍ଦିର ପ୍ରଶାସନ । ସେହିପରି ପାନ ଗୁଟଖା ପାଇଁ କଡ଼ାକଡ଼ି ହେବ କଟକଣା । ପାନ ଖାଇଲେ ଉଭୟ ଭକ୍ତ ଓ ସେବାୟତ ଗଣିବେ ୫ ଶହ ଫାଇନ । ଏଥିପାଇଁ ସଚେତନ କରାଯିବ ।

ଏପ୍ରିଲ ୧ରୁ ରହିବ ଫାଇନ ବ୍ୟବସ୍ଥା । ପଲିଥିନ ପାଇଁ ମଧ୍ୟ ଫାଇନ ରହିବ । ଅନ୍ୟପଟେ ଭୋଗ ମଣ୍ଡପ ବିଳମ୍ବ ପାଇଁ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୨ଟା ସୁଦ୍ଧା ସାରିବାକୁ ଦାବି କରିଛି ଛତିଶା ନିଯୋଗ । ତେବେ ଏନେଇ ନିଯୋଗ ସହ ଆଲୋଚନା ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ବୈଠକରେ ଆଗାମୀ ୮ ଓ ୯ ରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳ ପୂର୍ଣ୍ଣିମୀର ନୀତି ନିର୍ଘଣ୍ଟ କରାଯାଇଛି । ରାତି ୩ଟାରେ ଦ୍ଵାରଫିଟା ହୋଇ ସମସ୍ତ ନୀତି ସମ୍ପାଦନ କରାଯିବ । ସେହିଭଳି ଦୋଳ ପୂର୍ଣ୍ଣିମୀରେ ଦିନ ୧୨ଟା ୩୦ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନକୁ ବିଜେ କରି ବେଢ଼ା ପରିକ୍ରମା କରାଯିବ । ପରେ ୧୨ଟା ୫୦ରେ ମହାପ୍ରଭୁ ଦୋଳବେଦୀକୁ ବିଜେ କରିବେ । ସେଠାରେ ସମସ୍ତ ନୀତିକାନ୍ତି ସାରି ରାତି ୮ଟା ୩୦ରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପୂର୍ବବର୍ଷ ଭଳି ସମୟ ଅନୁସାରେ ନୀତିକାନ୍ତି ସାରିବାକୁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି ।

ପଢନ୍ତୁ: ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

Related posts

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana

ଏବେ ଡମ୍ପିଂୟାର୍ଡରେ ନପଡି କମ୍ପୋଷ୍ଟ ସେଣ୍ଟରରେ ପଡିବ ଅଳିଆ

Ratnamani Maharana

ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More