News

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

india

୨୦୧୮ ଅଗଷ୍ଟ ୧୬ରେ ପାକିସ୍ତାନ ଡିଜିଏମଓର ପଦକ୍ଷେପ କ୍ରମେ ଡିଜିଏମଓସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଉଭୟ ଦେଶର ସ୍ୱାଧୀନତା ଦିବସ ଅବସରରେ ଡିଜିଏସଏମଓ ପରସ୍ପରକୁ ଅଭିନନ୍ଦନ ପ୍ରଦାନ କରିଥିଲେ । ସୀମାରେଖା ନିକଟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ପାକିସ୍ତାନ ଡିଜିଏମଓ ସନ୍ତୋଷ ପ୍ରକାଶ କରିଥିଲେ । ଅସ୍ତ୍ର ବିରତି ଉଲ୍ଲଂଘନ ଅନେକ ପରିମାଣରେ ହ୍ରାସ ପାଇଛି ଏବଂ ଏହା ଭବିଷ୍ୟତ ପାଇଁ ଶୁଭସୂଚନା।

ପାକିସ୍ତାନ ଡିଜିଏମଓ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ସୀମାରେଖା ନିକଟରେ ଶାନ୍ତି ଭଙ୍ଗ କରୁଥିବା ବିରୋଧି ଗୋଷ୍ଠୀଙ୍କ ବିରୋଧରେ ପାକିସ୍ତାନ ସେନାବାହିନୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଭାରତ ପକ୍ଷରୁ ସନ୍ତ୍ରାସବାଦ ଆକ୍ରମଣ ବିରୋଧରେ ପ୍ରଦାନ କରାଯାଉଥିବା ସୂଚନା ଅନୁଯାୟୀ କାର୍ଯ୍ୟଧାରା ଗ୍ରହଣ କରିବ।

india

ଭାରତର ଡିଜିଏମଓ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ ଯେ ସନ୍ତ୍ରାସବାଦୀଙ୍କ ଦ୍ୱାରା କରାଯାଉଥିବା ଅନୁପ୍ରବେଶ ପ୍ରୟାସ ଉଦବେଗଜନକ । ସେ ମଧ୍ୟ ପାକିସ୍ତାନ ଡିଜିଏମଓଙ୍କୁ ସୂଚନା ପ୍ରଦାନ କରିଥିଲେ ଯେ ଏହିପରି କାର୍ଯ୍ୟକଳାପ ପିର ପାଞ୍ଜାଲ ପାର୍ବତ୍ୟ ଶ୍ରେଣୀର ଉତ୍ତର ଭାଗରେ ବୃଦ୍ଧି ପାଇଛି । ସୀମାରେଖା ଅଞ୍ଚଳର ପାକିସ୍ତାନ ପଟର ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ ରୋକିବା ପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରିବା ଉଚିତ । ଯଦି ଅନୁପ୍ରବେଶ ରୋକିବା ନେଇ ଏବଂ ଜମ୍ମୁ କାଶ୍ମୀରରେ ସନ୍ତ୍ରାସବାଦ ନିୟନ୍ତ୍ରଣ କରିବା ନେଇ ପାକିସ୍ତାନ ସୈନ୍ୟବାହିନୀ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ ୨୦୦୩ର ଅସ୍ତ୍ରବିରତି ଉଲ୍ଲଂଘନ କରିବା ନେଇ ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ ଭାରତୀୟ ସୈନ୍ୟବାହିନୀ ଏହାର କାର୍ଯ୍ୟଧାରା ଜାରି ରଖିବ ବୋଲି ଭାରତର ଡିଜିଏମଓ ଆଶ୍ୱାସନା ପ୍ରଦାନ କରିଥିଲେ।

ପଢନ୍ତୁ;କ’ଣ ପ୍ରକୃତରେ ଅଟଳ ଜୀ ଆଉ ନାହାନ୍ତି? କେମିତି କହିଦେବି, କେମିତି ମାନିନେବି, ସେ ଆଉ ନାହାନ୍ତି ବୋଲି: ପ୍ରଧାନମନ୍ତ୍ରୀ

Related posts

ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା ରାଶି

Ratnamani Moharana

ପ୍ରିୟା ପ୍ରକାଶ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ENO Beuro

ହିନ୍ଦୁ ଧର୍ମକୁ ଦୁନିଆର ସବୁଠାରୁ ହିଂସାତ୍ମକ ଧର୍ମ କହିଲେ ଉର୍ମିଳା: ନିର୍ବାଚନ କମିଶନଙ୍କ ଆଗରେ ମାମଲା ଦାୟର

Ratnamani Moharana

1 comment

Leave a Comment