POLITICALS

ବିଜେପିରେ ଯୋଗଦେଲେ କଟକର ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

ଓଡିଶାର ଶାସନ ନୀଚ ସ୍ତରକୁ ଗଲାଣି ବୋଲି କହିଲେ ଡିଜିପି ପ୍ରକାଶ ମିଶ୍ର

ଆଜି ରାଜ୍ୟ ରାଜନୀତିରେ ପୁଣି ଏକ ରୋମାଞ୍ଚକ ସ୍ଥିତି ଦେଖାଦେଇଛି। ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ  ରାଜନୀତି ମଇଦାନକୁ ଡେଇଞ୍ଚନ୍ତି। ବିଜେପିରେ ଆସନ୍ତାକାଲି ଯୋଗ ଦେଇଛନ୍ତି କଟକର ପୁଲିସ ଡିଜି ପ୍ରକାଶ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।

ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ନିକଟରେ ସିଆରପିଏଫ୍  ଡିଜି ପଦରୁ ଅବସର ନେଇଥିଲେ ପ୍ରକାଶ ମିଶ୍ର। ଏହାପରଠୁ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ବିଜେପିରେ ଯୋଗଦେବା ପରେ ଶ୍ରୀ ମିଶ୍ର କହିଛନ୍ତି, ଦୀର୍ଘ ୪୧ ବର୍ଷ ଧରି ମୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ କାମ କରିଛି। ବିଗତ ୫ ବର୍ଷ ମଧ୍ୟରେ ଓଡିଶାର ଶାସନ ନୀଚ ସ୍ତରକୁ   ଚାଲିଯାଇଛି। ଓଡିଆଙ୍କ ଆତ୍ମସମ୍ମାନଙ୍କୁ ଆଘାତ ଦିଆଯାଉଛି। ଏବେ ଏହାର ପ୍ରତିକାର କରିବାରେ ମୋର ଯୋଗଦାନ ଦେବାକୁ ମୁଁ ରାଜନୀତିରେ  ଯୋଗ ଦେଇଛି।
ପଢନ୍ତୁ: ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ: କେନ୍ଦ୍ରରେ ବିଜେଡି ହେବ କିଙ୍ଗ ମେକର

Related posts

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

ENO Beuro

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

Ratnamani Moharana

ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

Ratnamani Moharana

1 comment

Leave a Comment