Loading...

ସହଜ ହେବ ଦିଅଁ ଦର୍ଶନ, ତିଆରି ହେବ ଧବଳେଶ୍ଵରକୁ ଦ୍ଵିତୀୟ ପୋଲ

ସହଜ ହେବ ଦିଅଁ ଦର୍ଶନ, ତିଆରି ହେବ ଧବଳେଶ୍ଵରକୁ ଦ୍ଵିତୀୟ ପୋଲ

୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ । ସେହିପରି ଧବଳେଶ୍ୱର ପୀଠର ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଡିପିଆର ।

୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ । ସେହିପରି ଧବଳେଶ୍ୱର ପୀଠର ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଡିପିଆର । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ । ଉକ୍ତ ବୈଠକରେ କଣ୍ଟିଆ ନଦୀ ଉପରେ ଖୁଣ୍ଟୁଣି ବନ୍ଧରୁ ତୈଳମାଳ, ଗୋକୁଳପୁର ରାସ୍ତାର ପୋଲ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଖୁବଶୀଘ୍ର ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ । ଏଥି ସହିତ ଧବଳେଶ୍ୱର ପୋଲର ଭିଡ଼କୁ ହ୍ରାସ କରିବା ପାଇଁ ଧବଳେଶ୍ୱର ପୀଠରେ ଦ୍ୱିତୀୟ ପୋଲର ନିର୍ମାଣ ହେବ ।

ସୂଚନାନୁସାରେ, ଧବଳେଶ୍ୱର ପୀଠରେ ଥିବା ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.