Entertainment

ରିଲିଜ୍ ହେଲା ଜାହ୍ନବୀଙ୍କ “ଧଡକ୍” ର ଟ୍ରେଲର

ବଲିଓଡର ଚାନ୍ଦିନୀ ଅର୍ଥାତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରଟି ରିଲିଜ ହେବାର ୩ ମିନିଟ ମଧ୍ୟରେ ଏହାକୁ ୪ ଲକ୍ଷ ଦର୍ଶକ ଦେଖିଥିଲେ।

ଫିଲ୍ମର କାହଣୀ ଅନର କିଲିଂ ଉପରେ ଆଧାରିତ। ଏହା ମରାଠୀ ଫିଲ୍ମର ରିମେକ ସତ କିନ୍ତୁ ଫିଲ୍ମରେ ଅନେକ ନୂତନତ୍ୱ ରହିଛି । ଫିଲ୍ମର ପୃଷ୍ଠଭୂମି ରାଜସ୍ଥାନ ରହିଛି । ଟ୍ରେଲରରେ ଇଶାନ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରୀ ଜବରଦସ୍ତ ରହିଛି । ଇଶାନ ଏବଂ ଜାହ୍ନବୀଙ୍କ ଚମତ୍କାର ଅଭିନୟ ଫିଲ୍ମକୁ ଆହୁରି ସୁନ୍ଦର କରିଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ।

ସୂଚନାଯୋଗ୍ୟ,ଜାହ୍ନବୀଙ୍କୁ ଉତ୍ସାହିତ କରିବା ପାଇଁ ସବରବାନ ଥିଏଟର୍‌ରେ ଉପସ୍ଥିତ ରହିଥିଲେ ବାପା ବନି କପୁର୍‌, ଅନୀଲ କପୁର୍‌, ହର୍ଷବର୍ଦ୍ଧନ କପୁର୍‌, ସଞ୍ଜୟ ପକୁର୍‌, ମାହିପ କପୁର୍‌, ଏବଂ ସାନ ଭଉଣୀ ଖୁସି। ଜାହ୍ନବୀଙ୍କ ଟ୍ରେଲର୍‌ ଲଞ୍ଚ୍‌ ହେବା ପରେ ଖୁସି କାନ୍ଦି ପକାଇଥିଲେ।

ପଢନ୍ତୁ; ଦାନ୍ତକୁ ଦୃଢ ଏବଂ ଚିକ୍‌ଚିକ୍‌ କରିବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏହି ସବୁ ଖାଦ୍ୟ

Related posts

୫୩ ବର୍ଷ ବୟସରେ ପାଦ ରଖିଲେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌

ENO Beuro

କରଣ ଜୋହରଙ୍କୁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ନୋଟିସ

ENO Beuro

ସଡକ ସିନେମାର ସୀକ୍ୱେଲରେ ନଜର ଆସିବେ ସଂଜୟ ଦତ

ENO Beuro

1 comment

Leave a Comment