• Home
  • News
  • ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର
News

ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର

ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ଭାଷାବିତ୍‍ ଧନେଶ୍ୱର ମହାପାତ୍ର(୮୬)ଙ୍କ ସୋମବାର ଅପରାହ୍ଣରେ କଟକର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୀବନ କୁମାରୀ ମହାପାତ୍ର, ପୁଅ ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଧର୍ମବ୍ରତ ମହାନ୍ତି, ବୋହୂ ସଂଯୁକ୍ତା ମହାପାତ୍ର, ଜ୍ୱାଇଁ ପ୍ରଫେସର ବିଜୟ କୁମାର ଶତପଥୀ, ଡାକ୍ତର ଅଜିତ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନନ୍ଦ, ମାନସ କବି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଉକ୍ତ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀରକୁ ପ୍ରଥମେ ରେଭେନ୍‍ସା ବିଶ୍ୱବିଦ୍ୟାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କ କଲ୍ୟାଣୀନଗରସ୍ଥିତ ବାସଭବନକୁ ନିଆଯାଇଥିଲା। ତାପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଧନେଶ୍ୱର ମହାପାତ୍ର ୧୯୩୨ ଅଗଷ୍ଟ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଆୟତନ ଗାଁରେ ଜନ୍ମଗ୍ରହଣ କରିଥିଲେ।

ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର Untitled 1 1

ପଢନ୍ତୁ; ମୁମ୍ବାଇ:ଅନ୍ଧେରୀରେ ଫୁଟ ଓଭର ବ୍ରିଜ ସ୍ଳାବ ଖସି, ରେଳ ଚଳାଚଳ ବାଧାପ୍ରାପ୍ତ

Related posts

ଓଡ଼ିଆ ଝିଅ ସିମ୍ରନ ମିଶ୍ର ଆମେରିକୀୟ ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି!

Krishna Kumar Manoj

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

Krishna Kumar Manoj

ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More