EnewsOdia.Com

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

କାଲି ଧନତେରସ । ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ବର୍ଷା । ଫଳରେ ବଜାରକୁ ଧନତେରସ ଆଗରୁ ଆସି ଲୋକେ ନିଜ ପସନ୍ଦର ଅଳଙ୍କାର ପସନ୍ଦ କରିବାର ସୁଯୋଗ ବି ପାଇନାହାନ୍ତି । କହିବାକୁ ଗଲେ ଜୁଏଲାରୀ ସପ୍ ଗୁଡିକରେ ଗହଳି ବି ନାହିଁ । ଆଗକୁ ବାହାଘର ସିଜିନ ଥିବା ବେଳେ ଏବେ ବଜାରରେ ସୁନା ଦର ବି ଖସିଛି । ଏଭଳି ସମୟରେ ଚଳିତବର୍ଷ ଧନତେରସ ପାଇଁ ଗ୍ରାହକ ବେଶ୍ ଉତ୍ସାହିତ ଅଛନ୍ତି । ପରମ୍ପରା ଅନୁସାରେ ଲୋକଙ୍କ ବିଶ୍ୱାସ ରହିଛି ଧନତେରସରେ ଘରକୁ ସୁନା ଗହଣା କିଣି ନେଲେ ଲକ୍ଷ୍ମୀ ଆସିଥାନ୍ତି । ଏହି ବିଶ୍ୱାସକୁ ନେଇ ସାଧାରଣତଃ ଧନତେରସରେ ବଜାରରେ ଅଧିକ ସୁନା ଗହଣା କାରବାର ହୋଇଥାଏ । ସେଥିପାଇଁ ଚଳିତ ବର୍ଷ ସୋ ରୁମ୍ ଗୁଡିକ ପ୍ରାୟ ୧୨ କ୍ୱିଣ୍ଟାଲ ସୁନା ଆଣିଥିବା ସୂଚନା ମିଳିଛି ।

ଏବେ ଭୁବନେଶ୍ୱରେ ସୁନା ଦର ୧୦ ଗ୍ରାମ ପିଛା ୩୭ ହଜାର ୬୦୦ ଟଙ୍କା ଓ ରୂପା କିଲୋ ପିଛା ଦର ୪୬ ହଜାର ୯୦୦ ଟଙ୍କା ରହିଛି । ତେବେ ଧନତେରସକୁ ନଜରରେ ବିଭିନ୍ନ ଜୁଏଲାରୀ ଦୋକାନ ଗ୍ରହକଙ୍କୁ ଆକର୍ଷିତ କରିବାକୁ ସୁନା, ରୂପା , ହୀରା ଗହଣା ଉପରେ ଆକର୍ଷଣୀୟ ଅଫର ବି ରଖିଛନ୍ତି । ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୦ରୁ ୨୫ ପ୍ରତିଶତ ଅଧିକ ବ୍ୟବସାୟ କରିବା ଆଶାରେ ରହିଛନ୍ତି ଗହଣା ବ୍ୟବସାୟୀ ।

ପଢନ୍ତୁ: ଲଗାଣ ବର୍ଷାରେ ବେହାଲ ଓଡିଶା

ସମ୍ବନ୍ଧିତ ଖବର

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

Ratnamani Maharana