EnewsOdia.Com

ଧନତେରସ୍‌ରେ ବୋହିନେଲେ ୧୭୦ କୋଟିର ସୁନା

ଧନ୍‌ତେରସ୍‌ରେ ଚଳିତ ବର୍ଷ ସାରା ଦେଶରେ ସୁନା ବିକ୍ରି କମିଥିବାବେଳେ ଓଡ଼ିଶାରେ କିନ୍ତୁ ବଢ଼ିଛି। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରରେ ସୁନା ୧୦ ଗ୍ରାମ ପ୍ରତି ୩୮ ହଜାର ୬୮୦ ଟଙ୍କା ଓ ରୁପା କେଜି ୪୭ ହଜାର ଟଙ୍କା ଥିବା ସତ୍ତ୍ବେ ଚଳିତ ବର୍ଷ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଧନ୍‌ତେରସ୍‌ରେ ୧୪୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିଲା। ଦୁଇଦିନ ‌େହଲା ଲଗାଣ ବର୍ଷାଜନିତ ପ୍ରତିକୂଳ ପାଗ ଯୋଗୁଁ ଏଥର ଧନ୍‌ତେରସ୍‌ରେ ସୁନା ବିକ୍ରି ମାନ୍ଦା ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଆଜି ପାଗ ଭଲ ରହିବାରୁ ସୁନା ‌ଦୋକାନଗୁଡ଼ିରେ ଗ୍ରାହକମାନଙ୍କ ଭିଡ଼ ଜମିଥିଲା। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୋ’ରୁମ୍‌ଗୁଡ଼ିକ ଯେଉଁ ମନଲୋଭା ଅଫର ଘୋଷଣା କରିଥିଲେ ତାହା ଗ୍ରାହକଙ୍କୁ ସୋ’ରୁମ୍ ପର୍ଯ୍ୟନ୍ତ ଟାଣି ଆଣିଥିଲ‌ା।

ତେବେ ଓଡ଼ିଶାରେ ସୁନା ବିକ୍ରି ବଢ଼ିଥିବ‌ା ବେଳେ ଦେଶରେ ଆଜି ବିକ୍ରି ୪୦ ପ୍ରତିଶତ ହ୍ରାସ ପାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଦେଶରେ ୨୫୦୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ଯାହା ଗତବର୍ଷ ଧନ୍‌ତରସ୍‌ରେ ବିକ୍ରି ହୋଇଥିବା ୫୦୦୦ କୋଟି ଟଙ୍କା ଠାରୁ ୪୦ ପ୍ରତିଶତ କମ୍। ଗତବର୍ଷ ଦେଶରେ ୧୭୦୦୦ କେଜି ସୁନା ବିକ୍ରି ହୋଇଥିଲା। ଚଳିତ ବର୍ଷ ମାତ୍ର ୬୦୦୦ କେଜି ସୁନା ଦେଶରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ପଢନ୍ତୁ: ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

ସମ୍ବନ୍ଧିତ ଖବର

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana