CULTURES News

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ଜାନୁଆରୀ ୧୧ରୁ ୨୧ ପର୍ଯ୍ୟନ୍ତ ୭୦ ତମ ଧନୁଯାତ୍ରା ହେବ ବୋଲି ସୂଚନା ମିଳିଛି । ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

dhanuyatra [object object] ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା dhanuyatra

ବରଗଡ ଧନୁଯାତ୍ରା ରାଜ୍ୟର ଏକ ପ୍ରମୁଖ ଆକର୍ଷଣ ହୋଇଥିବାରୁ ଏହାକୁ କିଭଳି ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ବରଗଡ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି । ବରଗଡ ଧନୁଯାତ୍ରାକୁ ସର୍ବମତେ ଆକର୍ଷଣୀୟ ଓ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଲାଇଟ୍, ସାଉଣ୍ଡ ବ୍ୟବସ୍ଥାକୁ ଉନ୍ନତ କରାଯିବ । ଶାନ୍ତି ଶୃଙ୍ଖଳାରେ କିଭଳି ଧନୁଯାତ୍ରା ସଂପନ୍ନ ହେବ ସେଥିପ୍ରତି ବୈଠକରେ ବିଶେଷ ଧ୍ୟାନ ଦିଆଯାଇଥିଲା।

ଏହା ହେଉଛି ବରଗଡର ୭୦ ତମ ଧନୁଯାତ୍ରା । ଯାତ୍ରା ଆରମ୍ଭରୁ ଶେଷ ଯାଏଁ ସଂପୂର୍ଣ୍ଣ ରୂପେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାଏ ଅମ୍ବାପାଲି ଗାଁ । ମଥୁରାରେ ମହାରାଜ କଂସଙ୍କ ରାଜତ୍ୱ ଦର୍ଶକଙ୍କୁ ଯେଉଁଭଳି ଆକର୍ଷିତ କରିଥାଏ, ଠିକ୍ ସେହିପରି ଗୋପପୁରରେ କୃଷ୍ଣଙ୍କଲୀଳା ଦେଖି ଆତ୍ମବିଭୋର ହୋଇପଡ଼ିଥାନ୍ତି ଦର୍ଶକ । ଧନୁଯାତ୍ରାକୁ ବାକି ରହିଲା ଆଉ ଅଳ୍ପ ଦିନ।

ପଢନ୍ତୁ;  ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

Related posts

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

ବିଶ୍ଵର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକା: ଭାରତୀୟଙ୍କ ଠାରୁ ପାକିସ୍ତାନୀ ବେଶି ସୁଖୀ

ENO Beuro

ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More