News

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ

ବରଗଡ ହାଟପଦା ସଞ୍ଚାର ପଡିଆରେ ଗତକାଲି ଅପରାହ୍ନରେ ଧ୍ଵଜା ପୂଜା ସହ ଶୁଭସ୍ତମ୍ଭ ସ୍ତାପନରୁ ୭୦ ତମ ବରଗଡ ଧନୁଯାତ୍ରା ପାଳନ ବିଧି ଆରମ୍ଭ ହୋଇଛି। ଏହି ଅବସରରେ ପରିବେଷିତ ସଞ୍ଚାର ଯାତ୍ରା କଳାକାରଙ୍କୁ ଉସ୍ରାହିତ କରିଛି। ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଧନୁଯାତ୍ରା ପାଇଁ ଅବଗଣନା।

dhanuyatra

ଶୋଭାଯାତ୍ରା ସ୍ଥାନୀୟ ହାଟପଦା ସ୍ଥିତ ଧନୁଯାତ୍ରା ସ˚ଚାରମଣ୍ତଳୀ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ରାଜପୁରୋହିତ ଶିବଶ˚କର ଦାଶଙ୍କ ଦ୍ବାରା ଅଷ୍ଟକଳା ନାଗ ପୂଜା ସମ୍ପନ୍ନ ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଏଏସ୍‌ପି ଯଶୋବନ୍ତ ସେନାପତି ଯୁଗ୍ମ ଭାବେ ପୂଜାରେ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ପାରମ୍ପରିକ ପୂଜାର୍ଚ୍ଚନା ପରେ ଇନ୍ଦ୍ରଧ୍ବଜ ସ୍ଥାପନ ସହ ବିଧିବଦ୍ଧ ଭାବରେ ଧନୁଯାତ୍ରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ,  ଚଳିତ ବର୍ଷ ଧନୁଯାତ୍ରା ଜାନୁଆରୀ ୧୧ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ୧୧ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଚଳିତବର୍ଷ ୭୦ବର୍ଷରେ ପଦର୍ପଣ କରିଛି।

ପଢନ୍ତୁ;  ବିବାହ ବନ୍ଧନରେ ଆବଦ୍ଧ ହେଲେ କପିଲ-ଗିନ୍ନୀ

Related posts

ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

ENO Beuro

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ENO Beuro

ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତି:ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More