CULTURES

ଆଜିଠୁ ଆରମ୍ଭ ବରଗଡ଼ ଧନୁଯାତ୍ରା

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ଅଭିନୟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

dhanu

ବରଗଡ଼ ପାଲଟିବ ମଥୁରାନଗରୀ, ଅମ୍ବାପାଲି ହେବ ଗୋପପୁର। ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ଯମୁନା ନଦୀର ରୂପ ନେବ। ଏହା ସହିତ ବରଗଡ଼ ପଞ୍ଚାୟତି ଧର୍ମଶାଳା କଂସଙ୍କ ରାଜପ୍ରାସାଦ, ହାଟପଦା ମୁଖ୍ୟବଜାର ପରିସର ମହାରାଜ କଂସଙ୍କ ରାଜଦରବାର, ନିଶାମଣି ସ୍କୁଲ ପଡ଼ିଆର ଲୋକମଣ୍ଡପ ରଂଗମହଲ, ସମଲେଶ୍ୱରୀ ମଣ୍ଡପ ମଥୁରା କାରାଗାର, ରଜକ ଓ ସୁଦାମା ମାଳିଙ୍କ ସହିତ ସାକ୍ଷାତ ଦୃଶ୍ୟ ଖଜୁରଟିକ୍ରା ଜଗନ୍ନାଥ ମନ୍ଦିର, ଦେବକୀ-ବସୁଦେବ ବିହାହ ରାମଜୀ ମନ୍ଦିର, କୁବୁଜା ଉଦ୍ଧାର କଳୀମନ୍ଦିର, ଖଜୁରଟିକ୍ରା ଆଦିମାତା ମନ୍ଦିର ମଧୁବନ ତୋଟାର ରୂପ ନେବ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ଓ ନନ୍ଦପୁରୀର ନିର୍ମାଣ ମଧ୍ୟ ଶେଷ ହୋଇଛି । ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ଥରର ସାସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ।

ପଢନ୍ତୁ; ୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

Related posts

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

ENO Beuro

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More