POLITICALS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ପ୍ରଭାରୀ

pradhan

କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପିର ସାଂଗଠନିକ ସ୍ତରରେ ଏବେ କିଛି ଅଦଳ ବଦଳ କରାଯାଇଛି। ପେଟ୍ରୋଲିୟମ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ତରଫରୁ ମଧ୍ୟପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି କରାଯାଇଛି।

ମଧ୍ୟପ୍ରଦେଶରେ ଖୁବଶୀଘ୍ର ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରଭାରୀ ଭାବେ ସେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ବିହାର ପ୍ରଭାରୀ ଭାବେ ଧର୍ମେନ୍ଦ୍ର ସଫଳ ହୋଇଥିବାରୁ ତାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ପ୍ରଦାନ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି।

pradhan

ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାର ଥିବାବେଳେ କଂଗ୍ରେସ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫଳରେ ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ଉପରେ ଫୋକସ କରିବାକୁ ପଡ଼ିବ। ମଧ୍ୟପ୍ରଦେଶରେ ଅଧିକ ସମୟ ଅତିବାହିତ କରିବାର ଥିବାରୁ ନିଶ୍ଚିତ ଭାବେ ଓଡ଼ିଶାକୁ ସେ ପୂର୍ବଭଳି ସମୟ ଦେଇପାରିବେ ନାହିଁ । ଯାହା ଏବେ ରାଜ୍ୟ ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ତେବେ ଧର୍ମେନ୍ଦ୍ର ଏଥିପାଇଁ ରାଜ୍ୟ ବିଜେପିର ଏକ ସ୍ୱତନ୍ତ୍ର ଟିମ ନିଯୁକ୍ତ କରିବାକୁ ଯାଉଥିବା ଜାଣିବାକୁ ମିଳିଛି । ସେ ମଧ୍ୟପ୍ରଦେଶରେ ଥାଆନ୍ତୁ ବା ଦିଲ୍ଳୀରେ, ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ନିୟମିତ ଭାବେ ଯୋଗାଯୋଗରେ ରହିବା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ପ୍ରତିଦିନ ସେ ଦଳୀୟ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ପଢନ୍ତୁ;ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Related posts

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ENO Beuro

କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

ENO Beuro

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ENO Beuro

Leave a Comment